ମୁଖ୍ୟ ଖବର ବାପା-ଝିଅଙ୍କ ଉପରେ ଚଢ଼ିଗଲା ଟ୍ରକ – ଉଭୟ ମୃତ Angul OnlineMarch 14, 2022March 14, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ ୧୪୯ରେ ମୋଟରସାଇକେଲ ଉପରେ ଟ୍ରକ୍ ଚଢ଼ି ଯିବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଖମାର ଗ୍ରାମର ସୁନୀଲ କୁମାର ସାହୁ ଏବଂ ଝିଅ ସଙ୍ଗୀତା ସାହୁ । ମୃତ ସୁନୀଲ କୁମାର ସାହୁ କଣିହାଁ ବ୍ଲକରେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ଝିଅ ସଙ୍ଗୀତା ସମନ୍ବିତ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ । ସକାଳୁ ସେମାନେ ନିଜ ଘରୁ କଣିହାଁ ଅଭିମୁଖେ ମୋଟରସାଇକେଲ ( ଓଡି ୦୬ ଡି ୮୭୦୨) ଯୋଗେ ଯାଉଥିବା ବେଳେ ତାଳଚେର ପଟୁ ଆସୁଥିବା ସିଜି ୦୬ ଜିକ୍ୟୁ ୭୭୪୪ ନମ୍ବର ବିଶିଷ୍ଟ ଟ୍ରକ୍ଟି ଧକ୍କା ଦେଇ ତାଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ବାପ-ଝିଅଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ୧୪୯କୁ ଅବରୋଧ କରାଯାଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ସହ ପୋଲିସ ମୁତୟନ କରାଯାଇଥିଲା । Advertisement
ଚାଲିଲା ଏନଟିପିସି ଟିଟିପିଏସ ଅନୁଗୁଳ – ଗତ ୨୩ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସ ବନ୍ଦ ହୋଇ ଯାଇଥିବାବେଳେ ଆଜି ପୁଣି ଏହା ଚାଲୁ ହୋଇଛି । ପ୍ଲାଣ୍ଟର…
ମଣିଷପଣିଆ ଦେଖାଇଲେ ଆରଟିଓ ଜରପଡା – ରାସ୍ତାକଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରି ମାନବିକତାର ପରିଚୟ ଦେଇଛନ୍ତି ଦେବଗଡ଼…
ନଦୀରେ ଗୋଡ଼ ଖସି ଜଣେ କାଉଡିଆ ମୃତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିନିକେୟୀ ପୀଠ ନିକଟରେ ମହାନଦୀରେ ଗୋଡ ଖସିଯାଇ କାଉଡ଼ିଆ ମୃତ୍ଯୁ ହୋଇଥିବା ଜଣା ପଡିଛି । ମୃତକ ଜଣଙ୍କ…