ରାଜନୀତି ବିଜେପିର ମୌନ ସତ୍ୟାଗ୍ରହ Angul OnlineMarch 14, 2022March 14, 2022 ଅନୁଗୁଳ – ସାରା ରାଜ୍ୟରେ ବିଜେଡିର ଗୁଣ୍ଡାଗର୍ଦ୍ଧି ଅଭିଯୋଗ ଓ ଚିଲିକାର ବିଜେଡ଼ି ବିଧାୟକ ପ୍ରଶାନ୍ତ ଜଗଦେବ ନିଜେ ଗାଡି ଚଢେଇ ଲୋକଙ୍କୁ ମରଣାତ୍ମକ ଆକ୍ରମଣ କରିବା ପ୍ରତିବାଦରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ସୋମବାର ଏକ ମୌନ ସତ୍ୟାଗ୍ରହ ଅନୁଗୁଳ ତହସିଲ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇ ରାଜ୍ୟରେ ଦୀର୍ଘ ଦିନ ବିଜେଡି ସରକାରରେ ରହିବା ପରେ କ୍ଷମତା ନିଶାରେ ଅହଙ୍କାରୀ ହୋଇଯାଇଛି ବୋଲି କହିଥିଲେ । ବିଜେଡ଼ି ନେତା ମନ୍ତ୍ରୀ ମାନେ ବିଭିନ୍ନ ସଙ୍ଗିନ ଅପରାଧିକ କାର୍ଯ୍ୟରେ ଲିପ୍ତ , ସବୁ ନେତାଙ୍କ ନାମରେ ପ୍ରାୟତଃ ଦାଗ ଲାଗିଛି , ଧର୍ଷଣ , ହତ୍ୟା , ଅଙ୍ଗ ତସକରିରେ ବିଜେଡି ମନ୍ତ୍ରୀ ମାନେ ଛନ୍ଦି ହୋଇ ପଡିଛନ୍ତି । ଦୁର୍ନୀତି କଥା ନ କହିଲେ ଭଲ , ସବୁଠି, ସବୁଆଡେ ଦୁର୍ନୀତି, ବୋଲି ପ୍ରାକ୍ତନ ସାଂସଦ ଅଭିଯୋଗ କରିଛନ୍ତି । ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ କ୍ଷମତା ନିଶାରେ ଅହଙ୍କାରୀ ହୋଇ ସାଧାରଣ ଲୋକଙ୍କ ଉପରେ ଗାଡି ଚଢାଇ ମାରିବାକୁ ଉଦ୍ୟମ କଲେ ଯାହାକି ଓଡ଼ିଶା ଇତିହାସରେ ପ୍ରଥମ । ଏ ପରିପ୍ରେକ୍ଷୀରେ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପାଣି ଦାବୀ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ବିଶ୍ୱଜିତ ମିଶ୍ର, ସୁନୀଲ କୁମାର ସାହୁ, ଦିଲୀପ କୁମାର ଦାସ, ନମିତା ଦଳ ବେହେରା, ସୁଷମା ବେହେରା, କଳ୍ପନା ସାହୁ, ବିଜୟ ମାଝୀ, ସରିତା ମିଶ୍ର, ମହମ୍ମଦ ସବୀର, ରାଜେଶ ଜିନ୍ଦଲ, ଗୋପାଳ ଦାସ କମଳ କାନ୍ତ ସାହୁ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ । Advertisement
ନ୍ୟାୟ ପାଉନି ଅନୁସୂଚିତ ବର୍ଗ – ସମୀର ମହାନ୍ତି ଅନୁଗୁଳ – ଦେଶର ୨ ହଜାରରୁ ଅଧିକ ଅନୁସୂଚିତ ବହୁଳ ଗାଁଙ୍କୁ ‘ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁ’ ଭାବେ ବିକଶିତ କରିବାକୁ ମୋଦୀ ସରକାର ସଂକଳ୍ପ ନେଇଛନ୍ତି ।…
ସୌନ୍ଦର୍ଯ୍ୟ ପଛରେ ଥାଉ ପ୍ରଚାର ଆଗ – ସ୍କୁଲ କାନ୍ଥରେ ପ୍ରଚାର ପୋଷ୍ଟର ଅନୁଗୁଳ – ପୌରନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ପ୍ରାର୍ଥୀମାନେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରଚାର ଜୋରସୋରରେ କରୁଛନ୍ତି । ଘର…
କର୍ଣ୍ଣପାଳ ସରପଞ୍ଚ ଭାବେ ହୃଷିକେଶ ବିଜୟୀ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକର କର୍ଣ୍ଣପାଳ ପଞ୍ଚାୟତର ସରପଞ୍ଚ ଭାବେ ହୃଷିକେଶ ସାମଲ ବିଜୟୀ ହୋଇଛନ୍ତି । ହୃଷିକେଶ ସlମଲ ୧୫୫୨…