ରାଜନୀତି ସରପଞ୍ଚଙ୍କୁ କାର୍ଯ୍ୟ ହସ୍ତାନ୍ତର କରୁନାହାନ୍ତି ପିଇଓ – ଜିଲ୍ଲାପାଳଙ୍କୁ ଫେରାଦ Angul OnlineMarch 15, 2022March 15, 2022 ଅନୁଗୁଳ – ତ୍ରିସ୍ତରୀୟ ନିର୍ବାଚନ ସଦ୍ୟ ସମାପ୍ତ ହୋଇଥିବା ବେଳେ ନବ ନିର୍ବାଚିତ ସରପଞ୍ଚ ମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବ ସରପଞ୍ଚଙ୍କ ପରେ ଦାୟିତ୍ୱରେ ଥିବା ପଞ୍ଚାୟତ ଏକଜୁକ୍ଟିଭ ଅଫିସରମାନେ ସରପଞ୍ଚଙ୍କୁ କାର୍ଯ୍ୟ ହସ୍ତାନ୍ତର କରିଛନ୍ତି । ହେଲେ ଅନୁଗୁଳ ଜିଲ୍ଲା ଶିମିଳିପାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଦାୟିତ୍ୱ ନେଇଥିବା ବେଳେ ତାଙ୍କୁ କାର୍ଯ୍ୟ ହସ୍ତାନ୍ତର କରୁ ନାହାନ୍ତି । ଏ ନେଇ ନବ ନିର୍ବାଚିତ ସରପଞ୍ଚ ଗିରିଶ ଚନ୍ଦ୍ର ପ୍ରଧାନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗିରିଶଙ୍କ କହିବା କଥା ସେ ନିର୍ବାଚିତ ହେବା ପରେ ବର୍ତ୍ତମାନ ସୁଦ୍ଧା ତାଙ୍କୁ କାର୍ଯ୍ୟଭାର ଦିଆ ଯାଇ ନାହିଁ । ଶିମିଳିପାଳ ପଞ୍ଚାୟତର ପଞ୍ଚାୟତ ଏକଜୁକ୍ଟିଭ ଅଫିସର ତାଙ୍କୁ କ୍ୟାଶ ବୁକ , ପାସ ବୁକ , ଜଏନ କରିବା ରେଜିଷ୍ଟର ତଥା ଅନ୍ୟ ଆନୁସଙ୍ଗିକ ରେଜିଷ୍ଟରରେ ଦସ୍ତଖତ କରିବାକୁ ଦେଲେ ନାହିଁ କି ଦେଖିବାକୁ ମଧ୍ୟ ଦେଲେ ନାହିଁ । ଓଲଟା ଜଏନ କରିବାକୁ ଏଭଳି କୌଣସି ବିଧି ନାହିଁ ବୋଲି କହିଲେ । ନିରାଶ ହୋଇ ଗିରିଶ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ , ପଞ୍ଚାୟତ ଏକଜୁକ୍ଟିଭ ଅଫିସରଙ୍କୁ ଫୋନ କରିଥିଲେ ମଧ୍ୟ ସେ ନ ଉଠାଇ ନଥିଲେ । ବଂର ସେ ଏକ ଗାଲୁଆ ବ୍ୟକ୍ତି , ଫୋନ ଉଠାନ୍ତି ନାହିଁ କହି ଗିରିଶଙ୍କୁ ଫେରାଇ ଦେଇଥିଲେ । ଏଥିପାଇଁ ଗିରିଶ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଉ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି । ତେବେ ଏ ନେଇ ବିଡ଼ିଓଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । Advertisement
ଅନୁଗୁଳରୁ କୋଲକତାକୁ ଚାଲିବ ନୂଆ ଟ୍ରେନ – ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ – ଖୁବ ଶୀଘ୍ର ସମ୍ବଲପୁରରୁ ଏକ ନୂଆ ଟ୍ରେନ ତାଳଚେର, ଅନୁଗୁଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ଚଳାଚଳ କରିବ ବୋଲି ରବିବାର ରେଳ ବିଭାଗର…
ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ଅନୁଗୁଳ – ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ଘୋଷଣା କରା ଯାଇଛି । ଦଳ ପକ୍ଷରୁ ଦେଶର ୧୫୧…
ବିଜେପିରେ ଯୋଗ ଦେଲେ ଦୂର୍ଗା ଅନୁଗୁଳ – ଅନୁଗୁଳ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ, ବର୍ତ୍ତମାନର ବନ୍ତଳା ପଞ୍ଚାୟତର ସମିତି ସଭ୍ୟ ତଥା ଜିଲ୍ଲା ବିଜେଡିର ସମ୍ପାଦକ ଦୁର୍ଗାଚରଣ ପ୍ରଧାନ କିଛି ଦିନ ପୂର୍ବରୁ…