ମୁଖ୍ୟ ଖବର ଦୁର୍ଘଟଣାରେ ଦୁଇ ମୃତ Angul OnlineMarch 15, 2022March 15, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ତାଳଚେର ବ୍ଲକ୍ ଅନ୍ତର୍ଗତ କଳମଛୁଇଁ ଗ୍ରାମ ନିକଟରେ ପାଣି ଟ୍ୟାଙ୍କର ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହେଇଛନ୍ତି । ସୂଚନା ଅନୁସାରେ କଳମଛୁଇଁ ଦେଉଳ ଛକ ନିକଟରେ ମୃତକ ଜଣଙ୍କ ହେଲେ ତେଲିଶୀଙ୍ଗା ଗ୍ରାମର ଏମସିଏଲ୍ କର୍ମଚାରୀ ଶିବା ନନ୍ଦ ସାହୁ । ଆହତ ଜଣଙ୍କ ହେଲେ କଣିହାଁ ଥାନା ଅନ୍ତର୍ଗତ କଂସମୁଣ୍ଡା ଗ୍ରାମର ଦେବଦତ୍ତ ସ୍ୱାଇଁ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ସହ ପାଣି ଟ୍ୟାଙ୍କରକୁ ଜବତ କରିଛି । ସେହିପରି ଆଜି ଅପରାହ୍ନ ସମୟରେ କୁମଣ୍ଡ ପଞ୍ଚାୟତର ଭଣ୍ଡୁଭର ନିକଟରେ ଏକ ଟିପର ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ରାଣୀଗୋଡା ଗ୍ରାମର ଦିଲ୍ଲୀପ ପଟ୍ଟନାୟକ । ସେ ଭଣ୍ଡୁବର ଅଞ୍ଚଳକୁ କାମ କରିବାକୁ ଯାଉଥିବା ବେଳେ ଏକ ଟିପର ତାଙ୍କୁ ପଛ ପଟୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି । Advertisement
ବଦଳିଲେ ନିର୍ବାହୀ ଅଧିକାରିଣୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକାର ନିର୍ବାହୀ ଅଧିକାରିଣୀ ରଶ୍ମି ରେଖା ଅମାନ୍ତଙ୍କର ବଦଳି ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ…
ତଣ୍ଟି କାଟି ନାବାଳିକା ଖୁସିକୁ ହତ୍ୟା କରିବା ଘଟଣା – ଅଭିଯୁକ୍ତକୁ ଧରିଲା ପୁଲିସ ଅନୁଗୋଳ – ଅନୁଗୋଳ ଜିଲ୍ଲା କୁଇଓ ଗାଁରେ ହୋଇଥିବା ଲୋମଟାଙ୍କୁରା ଖୁସି ହତ୍ୟା ଘଟଣାର ୧୯ ଦିନ ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ ପୁଲିସ ଧରିବାରେ…
୧୫ରୁ ୧୮ ବୟସ୍କଙ୍କୁ ହେବ ଟିକାକରଣ -୨୪ଟି କେନ୍ଦ୍ରରେ ୩୪ଶହଙ୍କୁ ମିଳିବ ଟିକା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସୋମବାରଠାରୁ ୧୫ରୁ ୧୮ ବୟସ୍କଙ୍କୁ କୋଭିଡ ଟିକା ପ୍ରଦାନ କରାଯିବ । ଜିଲ୍ଲାର ୨୪ଟି କେନ୍ଦ୍ରରେ ୩ ହଜାର ୪ଶହ ଜଣଙ୍କୁ…