ମୁଖ୍ୟ ଖବର ଦୁର୍ଘଟଣାରେ ଛାତ୍ର ମୃତ Angul OnlineMarch 21, 2022March 21, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଗେଟ୍ ନିକଟରେ ସୋମବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ହୁଲୁରୁସିଂହା ଗାଁର ଶୁଭ୍ରାଂଶୁ ନାଏକ ଏକ ସ୍କୁଟିରେ ବଅଁରପାଳ ତହସିଲ ଅଫିସରୁ ଘରକୁ ଫେରୁଥିବା ସମୟରେ ସିପିପି ଗେଟ୍ ପାଖରେ ଏକ ମିନିବସ୍ ସହ ପିଟି ହୋଇ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ତେଜୁଛି କୋଲ ୱାସେରୀ ବିବାଦ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗ୍ଲୋବାଲ କୋଲ ୱାସେରିକୁ ନେଇ ବିବାଦ ତେଜିବାରେ ଲାଗିଛି । ଗତ ଦୁଇଦିନ ହେଲା ଏହାକୁ ପ୍ରଦୂଷଣର ଆଳ ଦେଖାଇ…
ଅନୁଗୁଳ ପୌରାଞ୍ଚଳ ସଟଡାଉନ ଅନୁଗୁଳ – ଅନୁଗୁଳ ପୌରାଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରିଛି । ପ୍ରଶାସନ ପକ୍ଷରୁ…
ସିରିଜ ଦୁର୍ଘଟଣା ଘଟାଇଲା ଟ୍ରିପର – ପାଞ୍ଚ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଧରପୁରରେ ସିରିଜ ଦୁର୍ଘଟଣା ଘଟାଇଲା ଟ୍ରିପର । ଫଳରେ ପାଞ୍ଚ ଜଣ ଆହତ ହୋଇଛନ୍ତି । ତେବେ ଗୋଟିଏ ପରେ ଗୋଟିଏ…