ଅପରାଧ ଚାନ୍ଦା ମାଗି ତିନି ଯୁବକ ଗିରଫ Angul OnlineMarch 21, 2022March 21, 2022 ଅନୁଗୁଳ – ମଦ ଭାଟିରୁ ଚାନ୍ଦା ମାଗିବା ଅଭିଯୋଗରେ ବଅଁରପାଳ ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରିଫ ଯୁବକ ମାନେ ହେଲେ ଅନୁଗୁଳ ଜିଲ୍ଲା ଭୋଗବେରେଣି ଗ୍ରାମର କିରଣ ନାଏକ, ପ୍ରକାଶ ନାଏକ, ଏକାଦୁସିଆ ନାଏକ ବୋଲି ପୁଲିସ ପକ୍ଷରୁ ଜଣା ପଡିଛି । ସୂଚନା ଅନୁସାରେ ଭୋଗବେରେଣି ଗ୍ରାମରେ ଥିବା ଦେଶୀ ମଦ ଭାଟିକୁ ଏହି ତିନି ଯୁବକ ଯାଇ ଚାନ୍ଦା ମାଗିବା ସହିତ ମାଡପିଟ କରିଥିଲେ । ଏପରିକି ଦେଶୀ ମଦ ଭାଟିର ଜଣେ କର୍ମଚାରୀଙ୍କ ମୁଣ୍ଡ ଫଟେଇ ଦେଇଥିବା ବଅଁରପାଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ୩୪୧/୩୨୩/୨୯୪/୩୦୭/୩୮୭/୪୨୭/୫୦୬/୩୪ ଆଇପିସିରେ ଗିରଫ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । Advertisement
୨୫ ଗ୍ରାମ ବ୍ରାଉନସୁଗାର ଜବତ , ଜଣେ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ବ୍ରାଉନସୁଗାର ନେଇ ପୁଣି ଏକ ସଫଳତା ମିଳିଛି । ତାଳଚେର ଅଞ୍ଚଳରୁ ୨୫ ଗ୍ରାମ ବାଉନସୁଗାର ଜବତ କରିବା…
ନିଖୋଜ ନାବଳକକୁ ବଳି ସନ୍ଦେହ – ପୁଲିସ ଗାଡି ଜାଳିଦେଲେ ଉତ୍ତ୍ଯକ୍ତ ଲୋକେ ଅନୁଗୋଳ – ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତ ବିକ୍ଷତ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ନାବାଳକ ଜଣଙ୍କ ଗୋଡ଼ ହାତ ଆଦି…
କେନାଲରୁ ନବ ଜାତ ଶିଶୁର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହରର ଅମଲାପଡା ବଡ କେନାଲରେ ଆଜି (ମଙ୍ଗଳବାର) ଏକ ନବଜାତ ଶିଶୁର ମୃତ ଦେହ ଭାସୁ ଥିବାର ଦେଖିବାକୁ ମିଳିଥିଲା । କେହି…