ଅସନ୍ତୁଷ୍ଟଙ୍କ ପାଇଁ ବଢିବ କି ପ୍ରାର୍ଥୀଙ୍କ ସମସ୍ୟା – ତାଳଚେରରେ ୭ ନଗରପାଳ ପ୍ରାର୍ଥୀ

ଅସନ୍ତୁଷ୍ଟଙ୍କ ପାଇଁ ବଢିବ କି ପ୍ରାର୍ଥୀଙ୍କ ସମସ୍ୟା – ତାଳଚେରରେ ୭ ନଗରପାଳ ପ୍ରାର୍ଥୀ

adv

ତାଳଚେର  – ଆଉ ଦୁଇଦିନ ପରେ ପୌର ନିର୍ବାଚନ । ପ୍ରାର୍ଥୀମାନେ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର ଜମୁଥିବା ବେଳେ ଘନ ଘନ ବୈଠକ ସାଙ୍ଗକୁ ପ୍ରାର୍ଥୀମାନେ ଡୋର ଟୁ ଡୋର କ୍ୟାମ୍ପେନିଙ୍ଗ ଚଳାଇଛନ୍ତି । ତେବେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ ଏବେ ଅଡୁଆ ସାଜିଛନ୍ତି ଅସନ୍ତୁଷ୍ଟ । ଦଳ ଓ ପ୍ରାର୍ଥୀଙ୍କ ପାଇଁ ଥିବା ଅସନ୍ତୋଷ ଦଳ ପାଇଁ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ପୌର ନିର୍ବାଚନ ପାଇଁ ପ୍ରଚାର ବେଳେ କିଛି ନେତା କର୍ମୀଙ୍କ ଉପରେ ନିର୍ଭର ନକରି ସିଧାସଳଖ ଭୋଟରଙ୍କ ପାଖକୁ ଯାଇ ଅଞ୍ଚଳର ସମସ୍ୟା ସମାଧାନ କରିବାର ପ୍ରତିଶ୍ରୁତି ଦେଇ ଭୋଟ ମାଗିବା ଫଳରେ କିଛି କର୍ମୀ ନିଜକୁ ଅଣଦେଖା ମନେକରୁଛନ୍ତି । ଆଉ କିଛି କର୍ମୀଙ୍କ ଅଭିଯୋଗ ଯେ ଦଳ ପାଇଁ କିଛି କାମ କରି ନଥିବା ବ୍ୟକ୍ତିଙ୍କୁ ଦଳ ପକ୍ଷରୁ କାଉନ୍‌ସିଲର୍ ପ୍ରାର୍ଥୀ କରାଯାଇଛି । ଏଥିଯୋଗୁଁ ପୁରୁଣା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବଢିଛି  । କେତେକ ୱାର୍ଡରେ ଅଣରାଜନୈତିକ ଲୋକଙ୍କୁ ପ୍ରଚାର ପ୍ରସାର ଦାୟୀତ୍ଵ ଦିଆ ଯାଉଥିବାରୁ କର୍ମୀମାନେ ମନ ଊଣା କରୁଛନ୍ତି । ସୂଚନା ଅନୁସାରେ ତାଳଚେର ପୌର ନିର୍ବାଚନ ପାଇଁ ତାଳଚେର ପୌରପାଳିକାରେ ମୋଟ୍ ୨୧ ଟି ୱାର୍ଡ଼ଥିବାବଳେ ଏଥର ନିର୍ବାଚନରେ ପୌରାଧ୍ୟକ୍ଷ ପଦବି ପାଇଁ ୭ ଜଣ ପ୍ରାର୍ଥୀ ଓ ୬୯ ଜଣ କାଉନସିଲର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । କିଛି ଦଳର ଅସନ୍ତୁଷ୍ଟ କର୍ମୀ ସ୍ବାଧୀନ ପ୍ରାର୍ଥୀ ରୂପେ କାଉନସିଲର ପଦବି ପାଇଁ ନାମାଙ୍କନ କରିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
2
+1
1
+1
0

Leave a Reply