ଲୋକ ପ୍ରତିନିଧିମାନେ ଉଠିଯିବା ସତ୍ବେ ଆର ପି ଡି ଏସି ବୈଠକ ଅନୁଷ୍ଠିତ

ଲୋକ ପ୍ରତିନିଧିମାନେ ଉଠିଯିବା ସତ୍ବେ ଆର ପି ଡି ଏସି ବୈଠକ ଅନୁଷ୍ଠିତ

ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଏନ୍ ଟି ପି ସି ଓ ତାଳଚେର ଟି ଟି ପି ଏସର ୯ମ ଆର ପି ଡି ଏସି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ତଥା ଆର ପି ଡି ଏସି ଅଧ୍ୟକ୍ଷ ଶ୍ରୀ ନିରଂଜନ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଢେଙ୍କାନାଳ ସାସଂଦ ଶ୍ରୀ ମହେଶ ସାହୁ , ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ , ପାଳଲହଡା ବିଧାୟକ ଶ୍ରୀ ମୁକେଶ କୁମାର ପାଲ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ କିଷାନ , ଉତ୍ତର କେନ୍ଦ୍ରାଞ୍ଚଳ ଡି ଆଇଜି ଡ.ସାର୍ଥକ କୁମାର ଷଡଙ୍ଗୀ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା , ଏନ୍ ଟି ପି ସି ଓ ଟି ଟି ପି ଏସ ଆଞ୍ଚଳିକ ନିର୍ଦ୍ଦେଶକ କାର୍ଯ୍ୟାଳୟ ଭୁବନେଶ୍ବରର ମହାପ୍ରବନ୍ଧକ ( ମାନବ ସମ୍ବଳ ) ମିଲନ କୁମାର ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଏହି ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିସ୍ଥାପିତ ପରିବାର ଗୁଡିକର ଉପଯୁକ୍ତ ଥଇଥାନ ନିମନ୍ତେ ଉଭୟ ଏନ୍ ଟି ପି ସି , ଟି ଟି ପି ଏସ୍ , ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧି ସମ୍ମିଳିତ ଭାବେ ଆନ୍ତରିକତାର ସହିତ ସେମାନଙ୍କର ବିଭିନ୍ନ ସମସ୍ୟାକୁ ଆଲୋଚନା ମାଧ୍ୟମରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମାଧାନ କରିବାକୁ ରାଜସ୍ବ କମିଶନର ଆହ୍ବାନ କରିଥଲେ । ଦୀର୍ଘ ଦିନ ପରେ ୯ମ ଆର ପି ଡି ଏସି ବୈଠକ ଅନୁଷ୍ଠିତ ହେଉଥିବାରୁ ବିସ୍ଥାପିତ ପରିବାର ଗୁଡିକର ଥଇଥାନକୁ ନେଇ ଅନେକ ସମସ୍ୟା ରହିଛି । ୨୦୧୬ ରେ ୭ମ ଆର ପି ଡି ଏ ସିରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତର ସଠିକ୍ କାର୍ଯ୍ୟକାରିତା ହୋଇନଥିବାରୁ ଲୋକ ପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ବୈଠକକୁ ବର୍ଜନ କରି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ପାଲଲହଡା ବିଧାୟକ ମୁକେଶ ପାଳ ଏବଂ ଢେଙ୍କାନାଳ ସାଂସଦ ମହେଶ ସାହୁ ଉଠି ଆସିଥିଲେ ଏହା ସତ୍ବେ ମଧ୍ୟ ବୈଠକ ଚାଲିଥିଲା ଏନ ଟି ପି ସିର ୭ମ ଆର ପି ଡି ଏସି ବୈଠକର ନିଷ୍ପତ୍ତି ଅନୁଯାୟୀ ୯୬ ଜଣ ଏସ୍ ଏ ପି ଙ୍କୁ ଥଇଥାନ କରାଯିବାକୁ ସ୍ଥିର ହୋଇଥିଲା । ଇତିମଧ୍ୟରେ ୪୩ ଜଣକୁ ନିଯୁକ୍ତି ଦିଆଯାଇଛି ବୋଲି କମ୍ପାନୀ କର୍ତ୍ତୁପକ୍ଷ ସୂଚନା ପ୍ରଦାନ କରିଥିଲେ । ଥଇଥାନ ଓ ପୁନର୍ବାସ ନିମନ୍ତେ ୧୦ ଜଣକ ମଧ୍ୟରୁ ୩ ଜଣ ଏହି ପ୍ୟାକେଜ ଗ୍ରହଣ କରିଛନ୍ତି । ଏହାଛଡା ଆବେଦନ କରିଥିବା ୧୦ ଜଣ ନାବାଳକ ମଧ୍ୟରୁ ୩ ଜଣ ନୋମିନି ବଦଳାଇଛନ୍ତି । ୧୦ ଜଣ ମାଟ୍ରିକ ପାସ୍ କରିଥିବା ପ୍ରାର୍ଥକର ନାମ ଆଇ ଟି ଆଇ ତାଲିମ ନିମନ୍ତେ ପଠାଯାଇଥିଲା ଓ ସେମାନଂକ ମଧ୍ୟରୁ ୫ ଜଣ ଆଇ ଟି ଆଇ ତାଲିମ ସମ୍ପନ୍ନ କରି ନିଯୁକ୍ତି ପାଇଛନ୍ତି ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରି ଥିଲେ । ଏହି ବୈଠକରେ ବହୁ ଦିନରୁ ପଡି ରହିଥିବା ବିଭିନ୍ନ ବିସ୍ଥାପିତ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଆସନ୍ତା ୧୫ ଦିନ ମଧ୍ୟରେ ବିସ୍ଥାପିତ ପରିବାର ଗୁଡିକର ଯୋଗ୍ୟ ସଦସ୍ୟ ମାନଙ୍କର ନୋମିନି ପରିବର୍ତ୍ତନ କରି ନିଯୁକ୍ତି ଦିଅ କିମ୍ବା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ରାଜସ୍ବ କମିଶନର ପରାମର୍ଶ ଦେଇଛନ୍ତି । ଇତିମଧ୍ୟରେ ୨୨ଜଣ କ୍ଷତିପୂରଣ ପାଇବାକୁ ସମ୍ମତି ପ୍ରଦାନ କରି ସେମାନଙ୍କ ମଧ୍ୟରୁ ୧୫ଜଣ କ୍ଷତିପୂରଣ ପାଇଛନ୍ତି ବୋଲି କମ୍ପାନୀ କର୍ତ୍ତୁପକ୍ଷ ସୂଚନା ପ୍ରଦାନ କରିଥିଲେ । ଅବଶିଷ୍ଟ ୭ ଜଣକ ସମସ୍ୟାକୁ ନେଇ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ ) ସଠିକ୍ ଭାବେ ଅନୁଧ୍ୟାନ କରି ଗୃହକୁ ଅବଗତ କରିବାକୁ ପରାମର୍ଶ ଦିଆଯାଇଛି । ଟି ଟି ପି ଏସ୍ ନିକଟ ଭବିଷ୍ୟତରେ ତାର କାରଖାନାକୁ ବନ୍ଦ କରିବ ବୋଲି କମ୍ପାନୀ କର୍ତ୍ତୁପକ୍ଷ ସୂଚନା ପ୍ରଦାନ କରିଥିଲେ । ବର୍ତ୍ତମାନ ସୁଦ୍ଧା ୬୫ ଜଣ ଏସ୍ ଏ ପି ସେମାନଙ୍କର କ୍ଷତିପୂରଣ ରାଶି ଗ୍ରହଣ କରିନାହାନ୍ତି । ସେଥିମଧ୍ୟରୁ ୬୩ ଜଣ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବାବେଳେ ଅନ୍ୟ ୨ ଜଣକୁ ଏଥିରେ ସାମିଲ କରିବାକୁ ରାଜସ୍ବ କମିଶନର ପରାମର୍ଶ ଦେଇଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply