ଆଞ୍ଚଳିକ ଭାରତୀୟ ଡାକ ସେବାରେ ସିଂହ ଦ୍ୱାର ତାଳଚେର – ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ Angul OnlineMarch 30, 2022March 30, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟାଉନ୍ ସ୍ଥିତ କିଶୋର କ୍ଲବ ଠାରେ ଅପରାର୍ହ୍ନ ୫ଘଟିକା ସମୟ ରେ ଭାରତୀୟ ଡାକ ବିଭାଗ ଆନୁକୂଲ୍ୟରେ ତାଳଚେର ରାଜା ପ୍ରାସାଦ “ସିଂହଦ୍ୱାର ତାଳଚେର” ଉପରେ ଏକ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯିବା ସହ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଳଚେରର ଐତିହ୍ୟ ଓ ସଂସ୍କୃତିକୁ ବଜାୟ ରଖିବା ସହ ଭାରତର କୋଣ ଅନୁକୋଣରେ ତାଳଚେର ରାଜପ୍ରାସାଦର ପ୍ରଚାର ପ୍ରସାର ହେବାକୁ ଏହି ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯାଇଛି । ତାଳଚେର ରାଜପ୍ରାସାଦ ଏବଂ ଶିଳ୍ପ ନଗରୀ ତାଳଚେରକୁ ସାରା ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ “ସିଂହଦ୍ୱାର” କୁ ଡାକ ବିଭାଗ ସହ ଯୋଡ଼ା ଯାଇଛି । ଆଜି (ବୁଧବାର) ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ , ଯୁବରାଜ ବିଜେନ୍ଦ୍ର ଚନ୍ଦ୍ର ଦେବ୍, ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଳାପାଳ ଚିନ୍ମୟୀ ପ୍ରିୟଦର୍ଶିନୀ ଦାସ , ଡାକ ବିଭାଗ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ରହି ଏହି ସ୍ୱତନ୍ତ୍ର ଲଫାପାକୁ ଉନ୍ମୋଚନ କରିଥଲେ । Advertisement
ଏସୟୁସିଆଇ କମ୍ୟୁନିଷ୍ଟର ଅନୁଗୁଳ ବନ୍ଦ ଡାକରା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ବିରୋଧ ବଢିବାରେ ଲାଗିଛି । ଏହାକୁ ବିରୋଧ କରି ଶାସକ ବିଜେଡି ଦଳ ୧୨ ଘଣ୍ଟିଆ…
ଜାତୀୟ ପ୍ରେସ ଦିବସ ପାଳିତ – ସୁଧୀରେନ୍ଦ୍ର ପରିଜା ସମ୍ମାନିତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ମାନଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି । ଅନୁଗୁଳ ଜିଲ୍ଲା ସଦର ମହକୁମାଠାରେ କାର୍ଯ୍ୟରତ…
ହାତୀ ଆକ୍ରମଣରେ ମୃତ ପରିବାରଙ୍କୁ ଭେଟିଲେ ପିସିସି ସଭାପତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ଭିତରୁ ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତ ଜାମ୍ବୁସାହିରେ ହାତୀ…