ମୁଖ୍ୟ ଖବର ହାଇୱା ଧକ୍କାରେ ଭାଇ ମୃତ , ଭଉଣୀ ଗୁରୁତର Angul OnlineMarch 31, 2022March 31, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ସ୍କୁଲ ସାହିଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଭାଇର ମୃତ୍ୟୁ ଘଟିଥିବା ବେଳେ ଭଉଣୀ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁଲେଇ ଗାଁର ଅନ୍ତର ଭୁତିଆଙ୍କ ପୁଅ ଅନିଲ ଏବଂ ଝିଅ ଅର୍ଚ୍ଚିତା ମୋଟରସାଇକେଲରେ ସ୍ଥାନୀୟ ଚନ୍ଦ୍ରବାହାଲସ୍ଥିତ ମାମୁଁ ଘରକୁ ଯାଉଥିଲେ । କାଣ୍ଡସର ସ୍କୁଲ ସାହି ଠାରେ ମୋଟରସାଇକେ ରାସ୍ତା ଉପରକୁ ଉଠିବା ବେଳେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲା । ଏହି ସମୟରେ ସାମ୍ନାରୁ ଆସୁଥିବା ଏକ ହାଇୱା ସେମାନଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଭାଇ ଅନୀଲର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ଅର୍ଚ୍ଚିତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅନୀଲଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ କରୁଛି । Advertisement
ପୋଖରୀରେ ବୁଡି ଦୁଇ ନାବାଳକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ଗାଁ ମଠ ପୋଖରୀରେ ବୁଡି ଦୁଇଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଦୁଇଜଣ ହେଲେ…
ବାହାଘର ପାଇଁ ନାରାଜ ହେବାରୁ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲା କଣଲୋଇ ଗାଁରେ ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା । ଗତ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ରଖିବା ପରେ…
ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଲଙ୍ଗ ଗାଁରେ ବଜ୍ରପାତ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଲେ…