ମୁଖ୍ୟ ଖବର କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineApril 1, 2022April 1, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗେଡ଼ିଆ ଗ୍ରାମର ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରୁ ଗ୍ରାମର ଜ୍ଞାନେନ୍ଦ୍ର ପ୍ରଧାନ ନିଖୋଜ ଥିଲେ । ଆଜି ସକାଳେ ପରିବାର ଲୋକେ ଖୋଜାଖୋଜି କରି ସନ୍ଦେହ କରି ବାଡ଼ିରେ ଥିବା କୂଅରେ ଖୋଜିବା ବେଳେ ସେ କୂଅରେ ପଡିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଛେଣ୍ଡିପଦା ଦମକଳ ବାହିନୀ ପହଞ୍ଚି ଜ୍ଞାନେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ । ମୁହଁରେ ସାମାନ୍ୟ ଦାଗ ରହିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି । ତାଙ୍କର ପୂର୍ବରୁ ହାପର ରୋଗ ଥିଲା । ଛେଣ୍ଡିପଦା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି । Advertisement
ବାଜିବନି ଡିଜେ ଫୁଟିବନି ବାଣ ଅନୁଗୁଳ – ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଗୁଳରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି…
ବାଘ ମୃତ ଦେହ ଠାବ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ବାଘର ମୃତ୍ୟୁ ହୋଇଥିବା ଜଣା ପଡିଛି । ଅନୁଗୁଳ ବନଖଣ୍ଡ ଜରପଡା ରେଞ୍ଜ ଓ ଆଠମଲ୍ଲିକ ବନଖଣ୍ଡ, ଧଣ୍ଡାତୋପା ରେଞ୍ଜ…
କାର ଧକ୍କାରେ ମୋଟରସାଇକେଲ ଚାଳକ ମୃତ ଅନୁଗୁଳ – କାର୍ ଧକ୍କାରେ ଜଣେ ମୃତ । ଅନୁଗୁଳ ବ୍ଲକ ଅନ୍ତର୍ଗତ ଛେଳିଆପଡା ଛକ ନିକଟରେ ମୋଟରସାଇକେଲକୁ କାର ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ…