ବାଣିଜ୍ୟ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକ Angul OnlineApril 3, 2022April 3, 2022 ଭୁବନେଶ୍ବର – କୋଇଲା ଖଣି ନିଲାମ ପ୍ରକ୍ରିୟାରେ ଶ୍ରୀ ନବୀନ ଜିନ୍ଦଲ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଓଡିଶାର ଅନୁଗୁଳ-ତାଳଚେର କୋଇଲା ଅଂଚଳର ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକକୁ ନିଲାମ ନେବାରେ ସଫଳ ହୋଇଛି । ସବୁଜ ଇସ୍ପାତ ଉତ୍ପାଦନ ମାଧ୍ୟମରେ କ୍ଷମତା ସଂପ୍ରସାରଣ କରିବା ପାଇଁ, ପୂର୍ବରୁ ମିଳିଥିବା ଉତ୍କଳ ସି ୧ କୋଇଲା ଖଣି ସହିତ ଏହି କୋଇଲା ଖଣି, ଜେଏସପିକୁ ଅଧିକ ସକ୍ଷମ କରିବ । କୋଇଲା ଗ୍ୟାସିଫିକେସନ୍ ପ୍ରକ୍ରିୟା ଦ୍ଵାରା ସ୍ବଚ୍ଛ କୋଇଲା ଇନ୍ଧନ ଜ୍ଞାନକୌଶଳ ବ୍ୟବହାର କରି ଡିଅରଆଇ / ଷ୍ଟିଲ୍ ଉତ୍ପାଦନ କରିବାରେ ଜେଏସପି ବିଶ୍ୱରେ ପ୍ରଥମ । ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ ଜେଏସପିର ଅଧ୍ୟକ୍ଷ ଶ୍ରୀ ଜିନ୍ଦଲ କହିଛନ୍ତି, “ସ୍ଵଦେଶୀ କୋଇଲା ବ୍ୟବହାର କରି ଇସ୍ପାତ ଉତ୍ପାଦନ କରିବା ପାଇଁ ସ୍ଵପ୍ନ ଦେଖିଥିବା ଶ୍ରୀ ଓପି ଜିନ୍ଦଲ ଜୀଙ୍କର ୧୭ ତମ ପୁଣ୍ୟତିଥିରେ ଜେଏସପିକୁ ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକ ମିଳିଛି । ଏହା ଆମକୁ ଶ୍ରୀ ଓପି ଜିନ୍ଦଲ ଏବଂ ଓଡିଶାର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କର ସ୍ଵପ୍ନକୁ ସାକାର କରି ପ୍ରାକୃତିକ ସମ୍ପଦରେ ମୂଲ୍ୟଯୋଗ ଏବଂ ଶିଳ୍ପାୟନ ମାଧ୍ୟମରେ ଏକ ସମ୍ପୂର୍ଣ ସମୃଦ୍ଧ ଓଡିଶା ନିର୍ମାଣ କରିବାରେ ସାହାଯ୍ୟ କରିବ । ଓଡିଶା ଆମର କର୍ମଭୂମି ଏବଂ ଏହାର ସାମଗ୍ରିକ ବିକାଶ ପାଇଁ ଆମେ ଦୃଢ ପ୍ରତିବଦ୍ଧ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଶିଳ୍ପାୟନ ଦ୍ଵାରା ଓଡିଶା ବିକାଶର ଦୁରଦୃଷ୍ଟିକୁ ଆମେ ଆଗକୁ ନେଇ ୨୦୩୦ ସୁଦ୍ଧା ଓଡିଶାର ଅନୁଗୁଳରେ ବିଶ୍ୱର ସର୍ବବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବୁ” ବୋଲି ଶ୍ରୀ ନବୀନ ଜିନ୍ଦାଲ ଏକ ଟୁଇଟ୍ରେ କହିଛନ୍ତି । ୨୦୩୦ ସୁଦ୍ଧା ଅନୁଗୁଳ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନକୁ ବୃଦ୍ଧି କରିବା ପାଇଁ ଜେଏସପିର ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ ଅଥରିଟି ଅନୁମୋଦନ ପ୍ରଦାନ କରିଛି । ଏହା ଏକକ ସ୍ଥାନରେ ଥିବା ବିଶ୍ଵର ସର୍ବ ବୃହତ୍ତ ଇସ୍ପାତ କାରଖାନା ହେବା ସହିତ ଓଡିଶାକୁ ବିଶ୍ଵ ଇସ୍ପାତ ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ଦେବ । ଏହି କ୍ଷମତା ସଂପ୍ରସାରଣ ଯୋଗୁଁ ଜେଏସପିର ଓଡିଶାରେ ପୁଞ୍ଜିନିବେଶ ଏକଲକ୍ଷ ପଚିଶ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବା ସହିତ ବହୁ ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ । ପରିବେଶ ଅନୁକୂଳ ପ୍ରକ୍ରିୟା ଭାବରେ ପରିଚିତ କୋଇଲା ଗ୍ୟାସିଫିକେସନ୍ ରୁ ଡିଅରଆଇ ପ୍ରସ୍ତୁତ କରିବା ଜ୍ଞାନକୌଶଳରେ ସ୍ଵଦେଶୀ କୋଇଲା ବ୍ୟବହାର କରି ଇସ୍ପାତ ଉତ୍ପାଦନ କରିବା ସହିତ ଆତ୍ମନିର୍ଭର ଭାରତ ଗଠନ ପ୍ରକ୍ରିୟାରେ ଜେଏସପି, ଅନୁଗୁଳ ସହାୟକ ହୋଇ ପାରିବ । ବିଦେଶରୁ ଆମଦାନୀ ହେଉଥିବା କୋକିଂ କୋଇଲା ଉପରେ ନିର୍ଭରଶୀଳତା ହ୍ରାସ କରି ବିପୁଳ ବୈଦେଶିକ ମୁଦ୍ରା ସଞ୍ଚୟ କରିବା କ୍ଷେତ୍ରରେ ମଧ୍ୟ ଏହା ସହାୟକ ହେବ । ଦେଶରେ ତୈଳ, ଗ୍ୟାସ୍, ମିଥାନୋଲ୍, ଆମୋନିୟା ଏବଂ ୟୁରିଆର ବାର୍ଷିକ ଅଭାବକୁ ଦୂର କରିବାରେ ଏହି ଜ୍ଞାନକୌଶଳ ସାହାଯ୍ୟ କରିବ । Advertisement
କୋଭିଡ଼ ଦ୍ଵିତୀୟ ଲହରିକୁ ପ୍ରତିହତ କରିବା ପାଇଁ ଜେଏସପିଏଲର ପ୍ରସ୍ତୁତି ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ୬ ମିଲିୟନ ଟନ କ୍ଷମତା ସଂପନ୍ନ ବୃହତ୍ତ ଇସ୍ପାତ କାରଖାନା ପକ୍ଷରୁ…
କାସିଆ ଓ ଟେନ୍ସା ଖଣିକୁ ମିଳିଲା ସମ୍ମାନଜନକ ଖଣି ନିରାପତ୍ତା ପୁରସ୍କାର ଭୁବନେଶ୍ଵର – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ଓଡ଼ିଶାରେ ଥିବା ତାର ଖଣି ଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା ନିମନ୍ତେ ଖଣି ନିରାପତ୍ତା ମହାନିର୍ଦ୍ଦେଶକଙ୍କ ପକ୍ଷରୁ ସର୍ବଭାରତୀୟ…
ଲକ୍ଷ୍ମୀ ହୋଣ୍ଡା ରେ ପୂଜା Offer – Scratch & Win ଅନୁଗୁଳ – ଅନୁଗୁଳର Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ ପବିତ୍ର ପୂଜା ଅବସରରେ Starch & Win…