ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ସୁନାଗହଣା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ବାଡ ଚଢାଉ କରି ଲାଇସେନ୍ସ , ଓଜନମାପ ଓ ଦରଦାମରେ ଅନିୟମିତତା ଅଭିଯୋଗ ନେଇ ଚାଢାଉ କରିବା ସହ ୨୭ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ସୂଚନା ଅନୁସାରେ ସହରରେ ଗଢି ଉଠିଥିବା ସୁନାଗହଣା ଦୋକାନ ଗୁଡିକରେ କାହାର ବୈଧ ଲାଇସେନ୍ସ ନଥିବା ବେଳେ କାହାର ମାପ ଓ ଓଜନ ସଠିକ ରହୁ ନାହିଁ । ଆଉ କିଛି ଦୋକାନରେ ସୁନା , ରୂପା ଦରର ସାରଣୀ ରହୁ ନାହିଁ । ଏହା ସହ କେତେକ ଦୋକାନରେ ଗହଣାରେ ଲାଗିଥିବା ଟ୍ୟାଗର ଓଜନ ସହିତ ପ୍ରକୃତ ଓଜନ ମେଳ ଖାଉ ନାହିଁ । ଗରାଖ ମାନଙ୍କଠାରୁ ଏଭଳି ଅଭିଯୋଗ ପାଇ ଏନଫୋର୍ସମେଣ୍ଟ ସ୍କ୍ବାଡ ସହରର ୧୩ ଟି ଦୋକାନରେ ଚଢାଉ କରିଥିଲା । ଏହା ଭିତରୁ ୭ ଟି ଦୋକାନରେ ଅନିୟମିତତା ଧରା ପଡିଥିଲା । ଉକ୍ତ ୭ ଟି ଦୋକାନକୁ ନୋଟିସ ଦିଆଯିବା ସହ ୨୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।
What’s your Reaction?
+1
+1
+1
+1
+1
+1
+1