କାରକୁ ଧକ୍କା ଦେଲା ଟ୍ରେନ – ଅଳ୍ପକେ ବର୍ତ୍ତିଲେ ତିନି

କାରକୁ ଧକ୍କା ଦେଲା ଟ୍ରେନ – ଅଳ୍ପକେ ବର୍ତ୍ତିଲେ ତିନି

ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ଦା ନିକଟରେ ଏକ ଟ୍ରେନ ଧକ୍କାରେ ଗୋଟିଏ କାର ଚୁରମାର ହୋଇଯାଇଥିବା ବେଳେ ଅଳ୍ପକେ ତିନି ଜଣ ବର୍ତ୍ତୀ ଯାଇଥିବା ଜଣା ପଡିଛି ସୂଚନା ଅନୁସାରେ ତିନି ଜଣ ବ୍ୟକ୍ତି ଏକ ମାରୁତି ଭ୍ୟାନରେ ବନ୍ଦା ଆଡୁ ବଅଁରପାଳ ଆଡକୁ ଯାଉଥିଲେ । ତେବେ ବନ୍ଦା ନିକଟରେ ଥିବା ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ହଠାତ ନାଲକୋ କାରଖାନାର ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ କାରଟି ଚୁରମାର ହୋଇ ଯାଇଥିବା ବେଳେ ସେଥିରେ ଥିବା ତିନି ଜଣ ଆହତ ହୋଇଥିଲେ । ଡ୍ରାଇଭରର ଅବସ୍ଥା ଗୁରୁତର ଥିବା ଜଣା ପଡିଛି ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେମାନଙ୍କ ପରିଚୟ ଜଣା ପଡି ନାହିଁ ।

What’s your Reaction?
+1
0
+1
0
+1
0
+1
0
+1
2
+1
2
+1
6

Leave a Reply