ଅନୁଗୁଳ – ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଟୋକନ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଧରା ପଡିଲେ । ସୂଚନା ଅନୁସାରେ ଆଠମଲ୍ଲିକ ସାନହୁଲାର କୋ-ଅପରେଟିଭ ସୋସାଇଟିରେ ଧାନ ବିକ୍ରୟ ପାଇଁ ସେହି ଅଞ୍ଚଳର ଜଣେ ଚାଷୀ ଆବେଦନ କରିଥିଲେ । ତେବେ ଧାନ ବିକ୍ରୟ ନିମିତ୍ତ ଟୋକନ କରା ଦେବା ପାଇଁ କୋ-ଅପରେଟିଭ ସୋସାଇଟି ସମ୍ପାଦକ ପଦ୍ମଲୋଚନ ସାହୁ ସମ୍ପୃକ୍ତ ଚାଷୀଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିବା ସହ ବାରମ୍ବାର ଦଉଡାଇଥିଲେ । ଅତିଷ୍ଠ ହୋଇ ଚାଷୀ ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ । ଆଉ ଆଜି ସନ୍ଧ୍ୟା ୭ ଟା ୧୫ ସମୟରେ ସମ୍ପାଦକ ପଦ୍ମଲୋଚନ ସାହୁ ସମ୍ପୃକ୍ତ ଚାଷୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରି ନେଇଥିଲା । ପଦ୍ମଲୋଚନଙ୍କ ଠାରୁ ୪୦ ହଜାର ଟଙ୍କା ଜବତ କରିବା ସହ ମହୁଲନାଳୀସ୍ଥିତ ତାଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରା ଯାଇଛି ।
What’s your Reaction?
+1
1
+1
1
+1
+1
+1
4
+1
+1