ରାଜନୀତି ଆଠମଲ୍ଲିକ ଓ ତାଳଚେରରେ ବିଜେଡ଼ି , ଅନୁଗୁଳରେ ବିଜେପି ହାତେଇଲା ଉପାଧ୍ୟକ୍ଷ ପଦବୀ Angul OnlineApril 7, 2022April 7, 2022 ଅନୁଗୁଳ – ଅନୁଗୁଳ ପୌରପାଳିକା ପାଇଁ ଉପାଧ୍ୟକ୍ଷ ଭାବେ ବିଜେପିର ଅନୁପମା ସାହୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ୪ ନମ୍ବର ୱାର୍ଡ କାଉନସିଲର ଅନୁପମା ସାହୁଙ୍କ ନାମରେ ଦଳର ହାଇକମାଣ୍ଡ ମୋହର ମାରିବା ପରେ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଥିଲେ । ପୌର ପରିଷଦର ୨୩ ଆସନରୁ ବିଜେପି ୧୩ ଟିରେ ବିଜୟୀ ହୋଇ ଉପାଧ୍ୟକ୍ଷ ଆସନ ପାଇଁ ମ୍ୟାଜିକ ନମ୍ବର ପାର କରିଥିବା ବେଳେ ବିଜେଡ଼ି ୧୦ ଟି ଆସନ ପାଇଥିଲା । ବିଜେଡ଼ି ପକ୍ଷରୁ କେହି ନାମାଙ୍କନ ଦାଖଲ ମଧ୍ୟ କରି ନଥିଲେ । ସେପଟେ ତାଳଚେରରେ ଉପାଧ୍ୟକ୍ଷ ସିଟ ବିଜେଡ଼ି ହାତେଇଛି । ତାଳଚେର ପୌର ପରିଷଦର ବିଜେଡି ଉପନଗରପାଳ ପ୍ରାର୍ଥୀନୀ ଭାବେ ୧୯ ନଂ ୱାର୍ଡର କାଉନସିଲର ସୁଶ୍ରୀ ଶୁଭଶ୍ରୀ ସୁଭସ୍ମିତା ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଳଚେର ପୌରପାଳିକାର ୨୧ ଟି ୱାର୍ଡରୁ ବିଜେଡ଼ି ୧୮ ଟି ସିଟ ହାତେଇଥିବା ବେଳେ ବିଜେପି ମାତ୍ର ୩ ଟି ୱାର୍ଡରେ ଜିତିଥିଲା । ଫଳରେ ଆଜି ହୋଇଥିବା ଉପାଧ୍ୟକ୍ଷ ପଦବୀ ବିଜେଡ଼ିର ସୁଶ୍ରୀ ଶୁଭଶ୍ରୀ ସୁଭସ୍ମିତା ପ୍ରଧାନ ନିର୍ଦ୍ବନ୍ଦ୍ବରେ ହାସଲ କରିଛନ୍ତି । ସେହିପରି ଆଠମଲ୍ଲିକ ଏନଏସିର ଉପାଧ୍ୟକ୍ଷ ସିଟ ମଧ୍ୟ ବିଜେଡ଼ି ହାତେଇଛି । ବିଜେଡ଼ିର ଗଦାଧର ସ୍ୱାଇଁ ନିର୍ଦ୍ବନ୍ଦ୍ବରେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । Advertisement
ଜନ୍ମମାଟି ପାଇଁ କ’ଣ କରିଛ ବୋଲି ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲେ ମହେଶ ସାହୁ ଭୁବନେଶ୍ୱର – ଅନୁଗୋଳରେ ଗରିବ ବିକାଶ ଯୋଜନା ସମାବେଶରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାର ଉପରେ ବର୍ଷିଥିବା ବେଳେ ଢେଙ୍କାନାଳ ଓ ଅନୁଗୋଳର…
ବିଜେପି ରାଜ୍ୟ ପରିଷଦ ଓ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଗୋବିନ୍ଦ ନାଏକ ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ତିପଦା ନିର୍ବାଚନ ମଣ୍ଡଳୀର ଗୋବିନ୍ଦ ନାଏକ ବିଜେପିର ରାଜ୍ୟ ପରିଷଦ ସଦସ୍ୟ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ବୁଧବାର ଏକ…
ଚତୁର୍ଥ ଥର ପାଇଁ ରାଜୀବ ଛାତ୍ର ବିଜେଡି ସଭାପତି ଅନୁଗୁଳ – ଅନୁଗୁଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ରାଜୀବ ଲୋଚନ ଦାସ ପୁଣିଥରେ ମନୋନୀତ ହୋଇଛନ୍ତି । ଦଳର ସୁପ୍ରିମୋ ଚତୁର୍ଥ ଥର ପାଇଁ…