ମୁଖ୍ୟ ଖବର ଛାତରୁ ପଡି ଯୁବକ ମୃତ Angul OnlineApril 11, 2022April 11, 2022 ଅନୁଗୁଳ – ଅନୁଗୁଳ ସହର ଶିକ୍ଷକପଡାରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଛାତରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହଣ୍ଡପା ଅଞ୍ଚଳର ପ୍ରତାପ ସାହୁ ବୋଲି ଜଣା ପଡିଛି । ସେ ଶିକ୍ଷକପଡାସ୍ଥିତ ସ୍କୁଲ ନିକଟରେ ଭଡାରେ ରହୁଥିଲେ । ଗତକାଲି ରାତିରେ ସାମାନ୍ୟ ଗୁଳୁଗୁଳି ଥିବା ବେଳେ ସେ ବିଳମ୍ବିତ ରାତିରେ ଛାତ ଉପରେ ବୁଲୁଥିଲେ । ତେବେ ଆଜି ସକାଳେ ତାଙ୍କ ମୃତ ଦେହ ତଳେ ପଡିଥିବା ପଡୋଶୀ ଦେଖି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଛି ମୃତଦେହ ଜବତ କରି ତଦନ୍ତ କରୁଛି । ତେବେ ଅସାବଧାନତା ଯୋଗୁଁ ସେ ଛାତ ଉପରୁ ପଡି ଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଛି । ତଦନ୍ତ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୁଲିସ କହିଛି । Advertisement
ପରିବାରର ସଦସ୍ୟ ଭଳି ରୀତିନୀତିରେ କୁକୁରର ଅନ୍ତିମ ସଂସ୍କାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଦୁର୍ଗାପୁର ଗାଁରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପଶୁ ପ୍ରତି ମଣିଷର ଭଲପାଇବା କେତେ ଗଭୀର ତାହାର ଏକ ଜ୍ୱଳନ୍ତ…
ଜୋତା ଦୋକାନରେ ଅଗ୍ନୀକାଣ୍ଡ – ଲକ୍ଷାଧିକ ଟଙ୍କା ମୁଲ୍ଯର ସମ୍ପତ୍ତି ପୋଡି ନଷ୍ଟ ଅନୁଗୁଳ – ଅନୁଗୁଳ ସହର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଏକ ଜୋତା ଦୋକାନରେ ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଦି ନଷ୍ଟ…
ଶେଷ ଦିନରେ ୧୩ ଜଣ ଦାଖଲ କଲେ ନାମାଙ୍କନ ପତ୍ର ଅନୁଗୁଳ – ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିଥିବାବେଳେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଅନୁଗୁଳ ଜିଲ୍ଲାର ସମସ୍ତ ନିର୍ବାଚନ…