ସମସ୍ୟା ଗରା ବାଲଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ Angul OnlineApril 13, 2022April 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଦେଖା ଗଲାଣି । ପିଇବା ପାଣି ଟିକିଏ ପାଇବା ପାଇଁ ଅନେକ ଗାଁର ଲୋକ ଦହଗଞ୍ଜ ହେବା ଦେଖିବାକୁ ମିଳିଲାଣି । ଅନୁଗୁଳ ଜିଲ୍ଲା କୁଇଓ ଗାଁରେ ଏବେ ପାନୀଯ ଜଳ ସମସ୍ୟା ସବୁବର୍ଷ ପରି ଉତ୍କଟ ହେଲାଣି । ପାନୀୟ ଜଳ ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ସ୍ଥାନୀୟ ଏହି ବଅଁରପାଳ ବ୍ଲକ ଅନ୍ତର୍ଗତ ଜାମୁନାଳୀ ପଞ୍ଚାୟତର କୁଈଓ ଜଙ୍ଗଲ ମୌଜା ଏବଂ କୁଈଓ ଗ୍ରାମବାସୀ । ସେମାନଙ୍କ କହିବାନୁସାରେ, ପ୍ରଶାସନ ପକ୍ଷରୁ ଏବେ ଯାଏଁ ଗାଁକୁ ପିଇବା ପାଣି ଯୋଗାଇଦେବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଭରତପୁର ଏମ୍ସିଏଲ୍ ପ୍ରତି ବର୍ଷ ମାର୍ଚ୍ଚ ଠାରୁ ମେ ମାସ ଯାଏଁ ତାଙ୍କ ଗାଁକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଥାଏ । କିନ୍ତୁ ଏବେ ଖରା ଦିନ ହୋଇଥିଲେ ବି ଭରତପୁର ଏମ୍ସିଏଲ୍ ପକ୍ଷରୁ ପାନୀୟ ଜଳ ଯୋଗାଯାଇନାହିଁ । ଫଳରେ ଗ୍ରୀଷ୍ମର ପ୍ରବାହରେ ସେମାନେ ପିଇବାକୁ ଭଲ ପାଣି ମୁନ୍ଦେ ପାଉନାହାନ୍ତି । ଏ ନେଇ ପୂର୍ବରୁ ଜିଲ୍ଲାପାଳ ଏବଂ ଭରତପୁର ଏମ୍ସିଏଲ୍ର ବରିଷ୍ଠ ଅଧିକାରୀଙ୍କୁ ଦରଖାସ୍ତ ମାଧ୍ୟମରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏଣୁ ବାଧ୍ୟ ହୋଇ ଆଜି ଗାଁ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । Advertisement
କୋଭିଡ଼-୧୯ ହସ୍ପିଟାଲ ଭିତରେ କୂଢ କୂଢ ବର୍ଜ୍ୟବସ୍ତୁ – ପରିଚାଳନା ଦାୟିତ୍ଵ ନେଇଥିବା ସଂସ୍ଥାର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚି ଅନୁଗୁଳ – ସାରା ରାଜ୍ୟରେ ଏବେ କୋରନା ବିସ୍ଫୋରକ ରୂପ ନେଇଛି । ଏହି ପର୍ଯ୍ୟାୟରେ ଅନୁଗୁଳ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି ।…
ଖଣି ପ୍ରଭାବିତ ଅଞ୍ଚଳର ଜନ ଜୀବନ ଓ ଜୀବିକା ସୁରକ୍ଷା ନେଇ ବୈଠକ – ବିରୋଧ ଯୋଗୁଁ ଅଧାରୁ ବନ୍ଦ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ମନ୍ଦିର ପରିସରରେ ରବିବାର ଖଣି ପାଇଁ ପ୍ରଭାବିତ ଜନ ଜୀବନ ଓ ଜୀବିକା ସୁରକ୍ଷା ନେଇ ଏକ…
ଅସହଯୋଗ ଆନ୍ଦୋଳନରେ ଡାକ୍ତର – ସ୍ଥାୟୀ ନିଯୁକ୍ତି ଦାବି ଅନୁଗୁଳ – ରାଜ୍ୟ ଆୟୁଷ ଡ଼ାକ୍ତର ସଂଘ ସହବନ୍ଧିତ ଅନୁଗୁଳ ଜିଲ୍ଲା ଆୟୁଷ ଡ଼ାକ୍ତର ସଂଘ ତରଫରୁ ଆଜି(ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଜ୍ୟ…