ଆଞ୍ଚଳିକ ଦୁର୍ଘଟଣାରେ ଜଣେ ମୃତ Angul OnlineApril 13, 2022April 13, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆରୁ ଟାଙ୍ଗିରି ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଟାଙ୍ଗିରୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସାବିତ୍ରୀ ପ୍ରଧାନଙ୍କ ସାନପୁଅ ସଞ୍ଜୟ ପ୍ରଧାନ ବୋଲି ଜଣା ପଡିଛି । ସୂଚନା ଅନୁସାରେ ସଞ୍ଜୟ ତାଙ୍କ ମାଉସୀ ପୁଅଙ୍କ ସହ ମୋଟରସାଇକେଲରେ କୌଣସି କାମରେ ମାଛକୁଟା ଗାଁକୁ ଯାଇଥିବା ବେଳେ ସେଠାରୁ କାମ ସାରି ନିଜ ଗାଁ ଟାଙ୍ଗିରୀକୁ ଫେରୁଥିଲେ । ତେବେ ବାଗଡିଆ-ଟାଙ୍ଗିରୀ ରାସ୍ତାର ବୁଢାବର ନିକଟରେ ଭାରସାମ୍ୟ ହାରାଇ ତାଙ୍କ ମୋଟରସାଇକେଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୋଟରସାଇକେଲ ପଛରେ ବସିଥିବା ସଞ୍ଜୟ ଗାଡିରୁ ଛିଟିକି ପଡିଥିବା ବେଳେ ତାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଦା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । Advertisement
ତାଳଚେର ୱାର୍କିଂଙ୍ଗ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ୱାର୍କିଂଙ୍ଗ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ କଲୋନୀ…
ନନ୍ଦନକାନରୁ ଆସିଲେ ମହାନଦୀକୁ ଗଲେ – ଘଡିଆଳ ବଂଶ ବୃଦ୍ଧିପାଇନ ଆଉ ଏକ ପ୍ରୟାସ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆରେ ଗଣ୍ଡରେ ଘଡ଼ିଆଳଙ୍କ ବଂଶ ବିସ୍ତାର ସହ କିପରି ଏହି ବିଲୁପ୍ତ ପ୍ରାୟ ଜୀବର ପୁନର୍ବିନ୍ୟାସ ହେବ ସେ ନେଇ ପୁଣି…
କେନାଲରୁ ଜଣଙ୍କର ଓ ଡ୍ରେନରୁ ଜଣଙ୍କର ମୃତଦେହ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେରର ଏକ କେନାଲରୁ ଜଣଙ୍କର ମୃତଦେହ ଉଦ୍ଧାର କରା ଯାଇଥିବା ବେଳେ ଜରପଡା ଥାନା ତୁକୁଡାର ଏକ ଡ୍ରେନରୁ ଆଉ ଜଣଙ୍କର…