ଅନୁଗୁଳ – କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଅନୁଗୁଳ ଗସ୍ତରେ ଆସିଛନ୍ତି । ଅପରାହ୍ନରେ ସେ ଅନୁଗୁଳ ପହଞ୍ଚି କେନ୍ଦ୍ରୀୟ ବିଦ୍ୟାଳୟ ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହ ଭାବ ବିନିମୟ କରିଥିଲେ । ଏହାପରେ ସେ ରାଣୀଗୋଡ଼ା ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ପ୍ରଭୁ ଶ୍ରୀ ହନୁମାନ ଓ ସମ୍ବିଧାନର ଜନକ ବି.ଆର୍ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ଶ୍ରୀ ପ୍ରଧାନ ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜୟୀ ସରପଞ୍ଚ , ସମିତିସଭ୍ୟ , କାଉନସିଲର ଓ ଏକ ମାତ୍ର ବିଜୟୀ ଜିଲ୍ଲା-ପରିଷଦ ଯଶୋବନ୍ତ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରାଜନୀତିରେ କଳୁଷତା ଓ ହିଂସା ଆଚରଣକୁ ନିନ୍ଦା କରିବା ସହ ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନ ପ୍ରତି ସମସ୍ତଙ୍କ ସମ୍ମାନ ରହିବା ଉଚିତ୍ ବୋଲି କହିଥିଲେ । ଗଣମାଧ୍ୟମ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ମୋଦି ସରକାର ୪୦୦ରୁ ଅଧିକ ନୂଆ ମେଡିକାଲ କଲେଜ ନିର୍ମାଣ ପାଇଁ ସ୍ୱୀକୃତି ଦେଇଛନ୍ତି। ସେଥିମଧ୍ୟରୁ ଓଡିଶାରେ ନୂଆ ୧୦ଟି ମେଡିକାଲ କଲେଜ ନିର୍ମାଣ ପାଇଁ ମୋଦି ସରକାର ଅନୁମତି ଦେଇଛନ୍ତି। ଏ ଦିଗରେ ତାଳଚେରରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଏମସିଏଲ୍ ୧୦୦୦ କୋଟି ଟଙ୍କା ବ୍ୟୟରେ ଏଠାରେ ମେଡିକାଲ କଲେଜ ପାଇଁ ଭିତିଭୂମି ନିର୍ମାଣ କରିସାରିଛି। ଏହାକୁ ରାଜ୍ୟ ସରକାର ପରିଚାଳନା କରିବାର ଦାୟତ୍ୱ ତୁରନ୍ତ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏହା ଦ୍ୱାରା ଓଡିଆ ପିଲାମାନେ ଶସ୍ତାରେ ଡାକ୍ତରୀ ଶିକ୍ଷା ପଇବା ସହ ଲୋକମାନେ ଉତମ ଚିକିତ୍ସା ସୁବିଧା ପାଇପାରିବେ ଓ ଅତ୍ୟାଧୁନିକ ସୁପର ସ୍ପେଶାଲିଟି ହସ୍ପିଟାଲ ତିଆରି ହୋଇପାରିବ। ଜିଲ୍ଲା କାର୍ଯ୍ୟଳୟରେ ମହବିଷୁବ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ମୋଦି ସରକାର ନ ଆସିବା ପର୍ଯ୍ୟନ୍ତ ଅଧିକରୁ ଅଧିକ କାମ କରିବାକୁ ହେବ। ମୋଦି ସରକାରଙ୍କ ଗରିବ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ନିମ୍ନ ଶ୍ରେଣୀର ଲୋକଙ୍କ ପାଖରେ ପହଁଚୁଛି ନା ନାହିଁ, ତାକୁ ତଦାରଖ କରିବାକୁ କାର୍ଯ୍ୟକର୍ତାଙ୍କୁ କହିଥିଲେ।ଏହି ସଭାରେ ଜିଲ୍ଲା ସଭାପତି ଦିଲେଶ୍ଵର୍ ପ୍ରଧାନ, କାଳନ୍ଦି ସାମଲ,ଅଗସ୍ତି ବେହେରା,ଅଶୋକ ମହାନ୍ତି,ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ପ୍ରମୁଖ ଯୋଗଦାନ କରିଥିଲେ।
What’s your Reaction?
+1
+1
+1
+1
+1
8
+1
+1
3