ମୁଖ୍ୟ ଖବର ଦୁଇ ବର୍ଷ ପରେ ଖୋଲିବ ପ୍ରକୋଷ୍ଠ – ସରକାରୀ କାର୍ଯ୍ୟାଳୟରେ ହେବ ଅଭିଯୋଗ ଶୁଣାଣି Angul OnlineApril 17, 2022April 17, 2022 ଅନୁଗୁଳ – ସୋମବାରରୁ ସବୁ ସରକାରୀ କାର୍ଯ୍ୟାଳୟରେ ହେବ ଅଭିଯୋଗ ଶୁଣାଣି । ଦୁଇ ବର୍ଷ ପରେ ପୁଣି ଥରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବ । ପୂର୍ବପରି ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗର ଶୁଣାଣି ହେବ । ଏନେଇ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସବୁ ବିଭାଗୀୟ ମୁଖ୍ୟ , ପୁଲିସ ମହାନିର୍ଦ୍ଦେଶକ , ଜିଲ୍ଲାପାଳ ଓ ଏସ୍ପିଙ୍କୁ ଅବଗତ କରିଛନ୍ତି । ୨୦୨୦ ମାର୍ଚ୍ଚ ୧୩ ରୁ କରୋନା ସଂକ୍ରମଣ ଦୃଷ୍ଟିରୁ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ବନ୍ଦ ଥିଲା । ଏହି ସମୟରେ ଜନଶୁଣାଣି ପୋର୍ଟାଲ୍ରେ ଅନ୍ଲାଇନ୍ରେ ଅଭିଯୋଗର ଶୁଣାଣି ହେଉଥିଲା । ଏବେ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ପାଇଁ ସାଧାରଣ ଲୋକେ ଲୋକସେବା ଭବନ , ଖାରବେଳ ଭବନ , ରାଜୀବ ଭବନ ଓ କୃଷି ଭବନକୁ ପ୍ରବେଶ କରିବାକୁ ଅନୁମତି ପାଇବେ । ସେନେଇ ଗୃହ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ । ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ଅଭିଯୋଗ ଶୁଣାଣି ନେଇ ଆଗୁଆ ପ୍ରଚାର କରିବେ । ଏଥିପାଇଁ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଅନୁଗୁଳ ଜିଲ୍ଲାର ସମସ୍ତ ବିଭାଗକୁ ମଧ୍ୟ ଚିଠି ଲେଖି ଅଭିଯୋଗ ପ୍ରକୋଷ୍ଠ ଖୋଲି ଶୁଣାଣି କରିବାକୁ ନିର୍ଦେଶ ଦେଇଛନ୍ତି । ଏହା ସହ ସମସ୍ତ ବିଭାଗକୁ ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠରେ ହେଉଥିବା ଅଭିଯୋଗ ଶୁଣାଣି ବେଳେ ଉପସ୍ଥିତ ରହିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି । ଅଭିଯୋଗ ଶୁଣାଣି ସ୍ଥାନରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । Advertisement
ଦମ୍ପତିଙ୍କୁ ମହିଳା ଏଏସଆଇ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ଛେଣ୍ଡିପଦା- ଅନୁଗୁଳ ଜିଲ୍ଲା ବାଗଡିଆ ଥାନାରେ ଅଭିଯୋଗ କରି ଆସିଥିବା ଦମ୍ପତିଙ୍କୁ ମହିଳା ଏଏସଆଇ ମାଡ଼ମାରିଥିବା ନେଇ ପିପଳବାହଳ ଗ୍ରାମର ଦମ୍ପତି ବାଗଡିଆ ଥାନାରେ ଲିଖିତ ଅଭିଯୋଗ…
ମଦ ପିଇଥିବା ମିଛ ଚାଲାଣ କଟିବା ନେଇ ଥାନାର ଦ୍ୱାରସ୍ଥ ହେଲେ ମହିଳା ଅନୁଗୁଳ – ମହିଳାଙ୍କ ନାମରେ ମଦ ପିଇ ଗାଡ଼ି ଚଲାଉଥିବା ନେଇ ପରିବହନ ବିଭାଗ ଚାଲାଣ ପଠାଇବା ପରେ ତାଙ୍କର ସମ୍ମାନହାନୀ ହୋଇଥିବା ନେଇ ଜଣେ ମହିଳା…
କୋଭିଡ ନିୟମକୁ ଫୁ କରି ବିଧାୟକଙ୍କ ସଭା – କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି ପାଲଲହଡା – ପ୍ରଶାସନର ନାକ ତଳେ କରୋନା ଗାଇଡଲାଇନର ଖୋଲାଖୋଲି ଉଲ୍ଲଂଘନ । ତା ପୁଣି ଖୋଦ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା…