ମୁଖ୍ୟ ଖବର ତହସିଲ ଅଫିସର କନିଷ୍ଠ କିରାଣିଙ୍କ ସନ୍ଦେହଜନକ ମୃତ୍ୟୁ Angul OnlineApril 21, 2022April 21, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରି ବିଶ୍ବାଳ ସାହି ନିକଟରେ ଏକ ଭଡ଼ା ଘରେ ରହୁଥିବା ତାଳଚେର ତହସିଲ ଅଫିସର କନିଷ୍ଠ କିରାଣି ପ୍ରଶାନ୍ତ ସାହୁଙ୍କ ଗୁରୁବାର ଭୋର୍ ସମୟରେ ଘର ତଳୁ ମୃତଦେହ ଉଦ୍ଧାର ହୋଇଛି । ଦୁଇ ମହଲା କୋଠା ଛାତରୁ ୩୦ ଫୁଟ ତଳକୁ ଖସି ପଡ଼ିବାରୁ ମୁଣ୍ଡରେ ଗୁରୁତର ଆଘାତ ଲାଗି ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ପ୍ରାୟ ଚାରି ମାସ ତଳେ ମା’ଙ୍କ ମୃତ୍ୟୁ ପରେ ପ୍ରଶାନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଏବଂ ଗତ କିଛିଦିନ ଧରି ସେ ମାନସିକ ଚାପଗ୍ରସ୍ତ ଥିଲେ । ମାନସିକ ଭାବେ ଭାଙ୍ଗିପଡି ଥିବାରୁ ସେ ଆତ୍ମହତ୍ୟା କରିଛନ୍ତି ନା ଛାତ ଉପରୁ ଖସିପଡି ତାଙ୍କର ଏଭଳି ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣା ପଡିବ । ପ୍ରଶାନ୍ତଙ୍କ ଘର ଜରପଡା ଥାନା ଅନ୍ତର୍ଗତ ବିମଳବେଡା ଗ୍ରାମରେ । ସେ ଖଲାରୀ ବିଶ୍ବାଳ ସାହିରେ ଭଡା ଘରେ ରହୁଥିଲେ । ତାଙ୍କ ସହ ତାଙ୍କ ଶାଳକ , ଆଇ ଶାଶୁ , ପ୍ରଶାନ୍ତଙ୍କ ସ୍ତ୍ରୀ ଏବଂ ଦୁଇ ମାସର ଝିଅ ରହୁଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି । ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ରାଜସ୍ଵ ଅମଲା ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । Advertisement
ଯାତ୍ରୀବାହୀ ଘରୋଇ ବସକୁ ପାଞ୍ଚ ଲକ୍ଷ ଟଙ୍କା ଜୋରିମନା ପାଲଲହଡା – ବସକୁ 4 ଲକ୍ଷ 98 ହଜାର ଜୋରିମନା । ସିଂହବାହିନୀ ନାମକ ଏକ ଘରୋଇ ବସ କୁ ତାଳଚେର ପରିବହନ ଅଧିକାରୀ ବିଭିନ୍ନ ପରିବହନ…
ଘରେ ପଶି ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତକୁ କାରାଦଣ୍ଡ ଅନୁଗୁଳ – ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶି ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତକୁ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର…
ପ୍ରେମରେ ଅନ୍ଧ ହୋଇ ବାପା-ମାକୁ ହାଣିଲା ପୁଅ ଅନୁଗୁଳ – ପ୍ରେମ ସଂପର୍କକୁ ବିରୋଧ କରିବା ଆଉ ଏଥିରୁ ନିବୃତ ରହିବାକୁ କହିବାରୁ ବାପା ଓ ମାଙ୍କୁ ହାଣିଦେଲା । ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ…