ମୁଖ୍ୟ ଖବର ବସ ମାଲିକଙ୍କ ତାଲିବାନୀ ଶାସନ – ଫାଣ୍ଡି ଆଗରେ ଡ୍ରାଇଭରକୁ ଆଣ୍ଠେଇ ଦେଲେ Angul OnlineApril 23, 2022April 23, 2022 ତାଳଚେର – ବସ୍ ମାଲିକଙ୍କ ତାଲିବାନୀ ଶାସନ । ନିଜ ବସ୍ ଟାଇମିଂରେ ଆଉ ଜଣେ ବସ୍ ଚଳାଇବାରୁ ଡ୍ରାଇଭରଙ୍କୁ ଆଣ୍ଠେଇ ଦେଲେ ବସ୍ ମାଲିକ । ତାହା ପୁଣି ଫାଣ୍ଡି ଆଗରେ । ଏଭଳି ଘଟଣା ଦେଖିବାକୁ ମିଳିଛି ତାଳଚେର ବସଷ୍ଟାଣ୍ଡ ନିକଟରେ । ଘଟଣାନୁଯାୟୀ, ଢେଙ୍କାନାଳରୁ ତାଳଚେର ଆଗପଛ ହୋଇ ଅନେକ ବସ ଚାଲେ । ତେବେ କିଏ କାହା ଆଗରେ ଚାଲିଲା, କିଏ କାହା ସମୟରେ ଚାଲିଲା ଏହାକୁ ନେଇ ବାଦ ବିବାଦ ଅନେକ ସମୟରେ ଦେଖା ଦେଇଥାଏ । ତେବେ ଏଭଳି ଏକ ବିବାଦକୁ ନେଇ ଢେଙ୍କାନାଳର ଜଣେ ବସ୍ ମାଲିକ କରିଥିବା କାର୍ଯ୍ୟ ସମସ୍ତଙ୍କୁ ତାଜୁବ୍ କରିଛି । ତାଳଚେର ଆସି ବସ୍ ମାଲିକ ଜଣଙ୍କ ଅନ୍ୟ ବସ୍ର ଡ୍ରାଇଭରଙ୍କୁ ତାଙ୍କ ବସ୍ ଟାଇମରେ କାହିଁକି ଗାଡ଼ି ଚଳାଇ ଆଣିଲ ବୋଲି ଗାଳି କରିବା ସହ ଆଣ୍ଠେଇ ଦେଇଥିଲେ । ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ନିଜର ହାକିମାତି ଜାହିର କରି ଭବିଷ୍ୟତରେ ଏଭଳି ଘଟଣା ଘଟିଲେ ମାଡ଼ ମାରିବାର ଧମକ ଦେଇଥିଲେ । ଯାହାର ଭିଡିଓ ମୋବାଇଲରୁ ମୋବାଇଲରୁ ଘୂରି ବୁଲୁଛି । ତେବେ ସବୁଠାରୁ ବଡ଼ କଥା ହେଲା ବସଷ୍ଟାଣ୍ଡ ନିକଟରେ ଥିବା ଫାଣ୍ଡି ସମ୍ମୁଖରେ ହିଁ ଘଟିଥିଲା ଏହି ସବୁ ଘଟଣା । ପୁଲିସକୁ ଖାତିର ନକରି ସେ ଫାଣ୍ଡି ଆଗରେ ଡ୍ରାଇଭରକୁ ଆଣ୍ଠେଇ ଦେଇ ଗାଳି କରୁଥିଲେ । ଏପରିକି ତୋ ଛୁଆକୁ ମାରିଦେବି ବୋଲି ଧମକ ଦେଉଛନ୍ତି । ଫାଣ୍ଠି ଆଗରେ ବିଚ୍ ରାସ୍ତାରେ ମାଲିକଙ୍କ ଏଭଳି କାର୍ଯ୍ୟ ରାସ୍ତାରେ ଯାଆ ଆସ କରୁଥିବା ଲୋକଙ୍କ ମନରେ ଆଲୋଡ଼ନ ସୃଷ୍ଟି କରିଥିଲେ । ହେଲେ ସମସ୍ତେ କେବଳ ଦେଖଣାହାରୀ ହୋଇ ରହିଥିଲେ । Advertisement
ଅଗ୍ନିକାଣ୍ଡରେ ଜଳିଗଲା ଘର – ନିଆଁରେ ପୋଡ଼ି ହୋଇ ଜଣେ ଗୁରୁତର ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ଗ୍ରାମରେ ବିଦ୍ୟୁତ ସର୍ଟସର୍କିଟ ହୋଇ ଘରେ ନିଆଁ ଲାଗିବା ସହ ଏହି ନିଆଁରେ ପୋଡ଼ି ହୋଇ ଜଣେ…
ପୂଜା ଚାନ୍ଦା ମାଗି ବନ୍ଧା ହେଲେ ୩ ଯୁବକ ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ କୁରୁଡୁଲୁ ଅଞ୍ଚଳରେ ଚାନ୍ଦା ମାଗୁଥିବା ବେଳେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଆଦାୟ କରିଥିବା ଟଙ୍କାକୁ ଜବତ…
ଅନୁଗୁଳ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆସନ୍ତାକାଲି(ବୁଧବାର) ଠାରୁ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । ସହର ସହ ଗାଁକୁ ଯୋଡ଼ିବା ଲକ୍ଷ୍ୟ ନେଇ ଆରମ୍ଭ ହେଉଥିବା…