ଅପରାଧ ବ୍ରାଉନସୁଗାର୍ ଓ ଗଞ୍ଜେଇ ଜବତ – ୨ ଗିରଫ Angul OnlineApril 25, 2022April 25, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସଦର ଏବଂ ମୋବାଇଲ ରେଞ୍ଜ ପକ୍ଷରୁ ଜରପଡା ଓ ନାଲକୋ ଅଞ୍ଚଳରେ ଚଢାଉ କରାଯାଇଥିଲା । ଏହି ଚଢାଉ ବେଳେ ଜରପଡା ଉପର ସାହିର ଆଦିତ୍ୟ ସାହୁଙ୍କ ଠାରୁ ଦଶ କିଲୋ ଗଞ୍ଜେଇ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ସେ ଗଞ୍ଜେଇ ବେପାର ପାଇଁ ଗଞ୍ଜେଇ ମହଜୁଦ ରଖିଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ସେହିଭଳି ନାଲକୋ ନିକଟସ୍ଥ ଗିରାଙ୍ଗ ଗାଁରେ ଚଢାଉ କରି ଅବକାରୀ ବିଭାଗ ୧୨୦ ଗ୍ରାମ ବ୍ରାଉନସୁଗାର୍ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଭିଯୁକ୍ତ ଜଣଙ୍କ ସେହି ଗାଁର ମୁନା ବେହେରା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ସେ ଅନେକ ଦିନ ହେଲା ଏହି ବ୍ରାଉନସୁଗାର୍ ବେପାର କରି ଆସୁଥିବା ବେଳେ ଅବକାରୀ ଓ ପୁଲିସ ସ୍କାନରରେ ରହିଥିଲା । ଶେଷରେ ବକରୀ ବିଭାଗ ତାକୁ ଧରିବାରେ ସଫଳ ହୋଇଛି । Advertisement
୪ ଡକାୟତ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ୪ ଡ଼କାୟତଙ୍କୁ ଗିରଫ କରିଛି । ଏହି ଚାରିଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ତାଙ୍କଠାରୁ ୨୧ହଜାର ଟଙ୍କା…
ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ – ବିପୁଳ ବେନାମୀ ସମ୍ପତ୍ତି ଠାବ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ଚଢାଉ ବେଳେ ଖଣି ଅଫିସରଙ୍କ…
କାନ ଫୁଲ ଆଉ ଚେନ ପାଇଁ ବୃଦ୍ଧାଙ୍କୁ ମାରିଦେଲେ !!!! ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କାନ ଫୁଲ ଓ ସୁନା ଚେନ ଲୁଟ ପରେ ଜଣେ ବୃଦ୍ଧାଙ୍କୁ…