ଅପରାଧ ରସିକିଆ ଯୁବକଙ୍କୁ ନିର୍ଧୁମ ଛେଚିଲେ ମହିଳା ଓ ତାଙ୍କ ସମ୍ପର୍କୀୟ Angul OnlineApril 27, 2022April 27, 2022 ଅନୁଗୁଳ – ରସିକିଆ ଯୁବକଙ୍କୁ ନିର୍ଧୁମ ଛେଚିଲେ ମହିଳା ଏବଂ ତାଙ୍କ ସମ୍ପର୍କୀୟ । ରଙ୍ଗ ନମ୍ବରରେ କଲ କରିବା ପରେ ମହିଳାଙ୍କୁ ବାରମ୍ବାର ଫୋନ କରି ହଇରାଣ କରୁଥିବା ଯୋଗୁଁ ଶେଷରେ ସେହି ରସିକିଆ ଯୁବକଙ୍କୁ ଆଜି ଡକାଇ ସମସ୍ତଙ୍କ ସମ୍ମୁଖରେ ମାଡ ମାରିଲେ । ଏଭଳି ଘଟଣା ଆଜି ଅନୁଗୁଳ ସହର ଶିକ୍ଷକପଡା ଠାରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କୁଇଓ ଗାଁର ଜଣେ ଯୁବକ ଫୁଲପଡା ଅଞ୍ଚଳର ଜଣେ ମହିଳାଙ୍କୁ ବାରମ୍ବାର ଫୋନ କରି ହଇରାଣ କରୁଥିଲେ । ପ୍ରଥମେ ଭୁଲ ବଶତଃ କଲ ଯିବା ପରେ ଅନ୍ୟ ପଟରେ ମହିଳା ଫୋନ ଉଠାଉଥିବା ଜାଣି ସମ୍ପୃକ୍ତ ଯୁବକ , ମହିଳା ଜଣଙ୍କୁ ବାରମ୍ବାର ଫୋନ କରି ପ୍ରେମ ନିବେଦନ କରୁଥିଲେ । ମହିଳା ଜଣଙ୍କ ବାରମ୍ବାର ମନା କରିବା ସତ୍ବେ ସମ୍ପୃକ୍ତ ଯୁବକ ଫୋନ କରିବାରୁ ନିବୃତ ହୋଇ ନଥିଲେ । ଫଳରେ ବାଧ୍ୟ ହୋଇ ମହିଳା ଜଣଙ୍କ ଆଜି ପ୍ଳାନ କରି ଦେଖା କରିବା ବାହାନାରେ ଉକ୍ତ ଯୁବକଙ୍କୁ ଅନୁଗୁଳ ଇକୋ ପାର୍କ ନିକଟକୁ ଡ଼ାକିଥିଲେ । ଆଉ ଏଠାରେ ପହଞ୍ଚିବା ପରେ ମହିଳା ଓ ତାଙ୍କ ସମ୍ପର୍କୀୟ ମାନେ ମିଶି ଯୁବକଙ୍କୁ ନିର୍ଧୂମ ଛେଚିଥିଲେ । ଆଉ ପରେ ପୁଲିସ ଡାକି ଯୁବକ ଜଣଙ୍କୁ ପୁଲିସ କୁ ହସ୍ତାନ୍ତର କରିଥିଲେ । ପୁଲିସ ଯୁବକ ଜଣଙ୍କୁ ଅଟକ ରାଖୀ ପଚରା ଉଚୁରା କରୁଛି । Advertisement
ପଥର ଖୋଲରୁ ଯୁବକଙ୍କ ମୃତଦେହ ଉଦ୍ଧାର – ତିନି ଶିକାରୀ ଗିରଫ କଣିହାଁ – ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ବିଦ୍ୟୁତ ଫାଶରେ ପଡ଼ି ଯୁବକ ମୃତ୍ଯୁ ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗତ…
ଜ୍ୱାଇଁ ହତ୍ୟାକାରୀ ଶଶୁରକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଜ୍ୱାଇଁ ହତ୍ୟାକାରୀ ଶଶୁରକୁ ଆଜୀବନ କାରାଦଣ୍ଡ । ୨୨ ଜଣ ସାକ୍ଷୀ ଓ ବୟାନ ଆଧାରରେ ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା…
୪ ଲୁଟେରା ଗିରଫ – ବନ୍ଧୁକ , ଗୁଳି ଓ ସୁନା ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସକୁ ମିଳିଛି ଏକ ବଡ ସଫଳତା । ଅନେକ ଦିନ ହେଲା ପୁଲିସର ନିଦ ହଜାଇ ଦେଇଥିବା ଏକ ଲୁଟେରା…