ମୁଖ୍ୟ ଖବର ନକଲି ମୃଦୁ ପାନୀୟ (ଲିଚି) କାରଖାନା ସିଲ କଲା ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ Angul OnlineMay 6, 2022May 6, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ଠାରେ ଥିବା ଏକ ନକଲି ମୃଦୁ ପାନୀୟ କାରଖାନାରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚଢ଼ାଉ କରା ଯାଇ ବିପୁଳ ପରିମାଣର ନକଲି ଲେବଲ ସାଙ୍ଗଙ୍କୁ କଞ୍ଚାମାଲ ଜବତ କରିବା ସହ କାରଖାନାକୁ ସିଲ କରା ଯାଇଛି । ସୂଚନା ଅନୁସାରେ ତାଳଚେର ହାଟତୋଟା ଠାରେ ଜ୍ୟୋତି ରଞ୍ଜନ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ତାଙ୍କ ଘରେ ଅନେକ ଦିନ ହେଲା ନକଲି ମୃଦୁ ପାନୀୟ (ଲିଚି) ପ୍ୟାକିଂ କରି ଅନ୍ୟ କମ୍ପାନୀର ଲୋଗୋ ଲଗାଇ ବଜାରରେ ବିକ୍ରି କରୁଥିଲେ । ଏ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଖବର ପାଇ ଆଜି ପୁଲିସ ସହାୟତାରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଏହି କମ୍ପାନୀର କୌଣସି ଲାଇସେନ୍ସ ନଥାଇ ଚାଲୁଥିବା ଜାଣିବାକୁ ମିଳିଥିଲା । ଏହା ସହ ଅନ୍ୟ କମ୍ପାନୀର ଲେବଲ ଲଗାଇ ବଜାରରେ ବିକ୍ରି କରା ଯାଉଥିବା ଜଣା ପଡ଼ିଛି । କାରଖାନାରୁ ବିପୁଳ ପରିମାଣର କଞ୍ଚାମାଲ ମାଲ ସମେତ ମୃଦୁପାନୀୟ ଡବା , ଲେବଲ , ସିଲ ମେସିନ ଆଦି ଜବତ କରାଯାଇଛି । ମାଲିକ ଜ୍ୟୋତି ରଞ୍ଜନ ବିଶ୍ୱାଳ ଫେରାର ଥିବା ବେଳେ ପୁଲିସ କାରଖାନାକୁ ସିଲ କରିଛି । ମୃଦୁ ପାନୀୟ ସାମ୍ପଲ କଲେକ୍ସନ କରି ଟେଷ୍ଟିଂ ପାଇଁ ପଠା ଯାଇଛି । ସେପଟେ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି । Advertisement
ଦୁଇ ମୋଟରସାଇକେଲ ଧକ୍କାରେ ଦୁଇ ମୃତ ଅନୁଗୁଳ – ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଛି । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କରତପଟା ଠାରେ…
ଭଡାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ଟାଉନ ହାଇସ୍କୁଲ ପଛ ପାଖରେ ଥିବା ଏକ ଭଡା ଘରୁ ଜଣେ ମହିଳାଙ୍କ ମୃତ ଦେହ ଜବତ ହୋଇଛି । ତେବେ…
ଟ୍ରକ ପଛରେ ପିଟିଲା ସ୍କୁଟି – ଚାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋପୀନାଥ ପୁର ଠାରେ ଥିବା ଥିବା ଜିନ୍ଦଲ ପେଟ୍ରୋଲ ପମ୍ପ ନିକଟରେ ଛିଡାହୋଇ ଥିବା ଏକ ଟ୍ରକ…