ବିନ୍ଦଲ କାରଖାନାରେ ଅଗ୍ନିକାଣ୍ଡ

ବିନ୍ଦଲ କାରଖାନାରେ ଅଗ୍ନିକାଣ୍ଡ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନର୍ଗତ ବିନ୍ଦଲ ସ୍ପଞ୍ଜ ଆଇରନ ଫାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣା ପଡିଛି । ସୂଚନା ମୁତାବକ, ଦୀର୍ଘ ଦୁଇ ବର୍ଷ ହେବ ବିନ୍ଦଲ ସ୍ପଞ୍ଜ ଆଇରନ ଫାକ୍ଟ୍ରି ବନ୍ଦ ହୋଇ ପଡି ରହିଥିଲା । ଆଜି କୌଣସି କାରଣରୁ ହଠାତ ଫାକ୍ଟ୍ରି ପରିସରରେ ଅଗ୍ନିକାଣ୍ଡ ଘଟିଥିଲା । ଉପସ୍ଥିତ ଥିବା ସୁରକ୍ଷା କର୍ମଚାରୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପ୍ରଥମେ କଣିହାଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ପ୍ରାୟ ଅଧ ଘଣ୍ଟା ଚେଷ୍ଟା କରିବା ପରେ ବିଫଳ ହୋଇଥିବାରୁ ସଙ୍ଗେ ସଙ୍ଗେ ଅନୁଗୁଳ, ଏନଟିପିସି, ନାଲକୋ ସ୍ମେଲଟର, ସିଆଇଏସଏଫ ଅଗ୍ନିଶମ ବିଭାଗର ୨ ଟି ଦଳ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ସାଢେ ପାଞ୍ଚ ଘଣ୍ଟା ପରିଶ୍ରମରେ ନିଆଁକୁ ଆୟତ କରିଥିଲେ । ସୂଚନାଯୋଗ୍ୟ ବିନ୍ଦଲ ପ୍ଲାଣ୍ଟ ବନ୍ଦ ହୋଇ ରହିଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ କିମ୍ବା କେହି କର୍ମଚାରୀ ସିଗାରେଟ କିମ୍ବା ବିଡି ଘାଇ ପକେଇ ଥିବାରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରା ଯାଉଛି

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply