ମୁଖ୍ୟ ଖବର ମାତୃ ଦିବସରେ ମା’ର ଅମାନୁଷିକତା – ବୁଦା ମୂଳରୁ ନବଜାତକ ଶିଶୁକନ୍ୟା ଉଦ୍ଧାର Angul OnlineMay 8, 2022May 8, 2022 ଅନୁଗୁଳ – ଆଜି ବିଶ୍ଵ ମାତୃ ଦିବସ । ହେଲେ ଏହି ମାତୃ ଦିବସରେ ଜଣେ ମା‘ ତାର ନବଜାତ ଶିଶୁ କନ୍ୟାକୁ ଫୋପାଡି ଦେଇ ଚାଲିଯିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ରଗୁଡିତଇଳା ଅଞ୍ଚଳକୁ ଆଜି ସକାଳେ ଚାଷ କରିବାକୀ ଗାଁର କିଛି ଚାଷୀ ଯାଇଥିଲେ । ତେବେ ଦିନ ପ୍ରାୟ ୧୦ଟା ବେଳକୁ ଘରକୁ ଫେରୁଥିବା ବେଳେ ଏକ ବୁଦା ମୂଳେ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ସେଠାରେ ଯାଇଥିଲେ । ସେଠାରେ ଏକ ନବଜାତ ଶିଶୁ କନ୍ୟା ଦେଖି ଗ୍ରାମର ଲୋକମାନେ ସେଠାରେ ପହଞ୍ଚି ଶିଶୁଟିର ଯତ୍ନ ନେଇଥିଲେ । ତେବେ କୌଣସି କୁମାରୀ ଝିଅ ମାତୃତ୍ୱ ଲାଭ ପରେ ଲୋକ ଲଜ୍ଜାରେ ଶିଶୁଟିକୁ ସେଠାରେ ପକାଇ ଚାଲିଯାଇଥିବା ବୋଲି ସ୍ଥାନୀୟ ଲୋକମାନେ ସନ୍ଦେହ କରୁଛନ୍ତି । ଅନ୍ୟ ପକ୍ଷରେ ଆଜି ଭଳି ଦିନରେ ଜନ୍ମ ଦେଇଥିବା ମାଆ ନିଜର ମାନବିକତା ଭୁଲିଯାଇ ଏଭଳି କାର୍ଯ୍ୟ କରିବା ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ତେବେ ଘଟଣାସ୍ଥଳରେ ଶିଶୁଟିକୁ ଚାଇଲଡ଼ ଲାଇନ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । Advertisement
କାନ ଫୁଲ ଆଉ ଚେନ ପାଇଁ ବୃଦ୍ଧାଙ୍କୁ ମାରିଦେଲେ !!!! ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କାନ ଫୁଲ ଓ ସୁନା ଚେନ ଲୁଟ ପରେ ଜଣେ ବୃଦ୍ଧାଙ୍କୁ…
ଜଙ୍ଗଲ ମଝିରେ ଲୁଟିନେଲେ ଟଙ୍କା ମୋବାଇଲ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କିସିଣ୍ଡା ଶନି ମନ୍ଦିର ନିକଟସ୍ଥ ଜଙ୍ଗଲରୁ ଗୁରୁବାର ସଂଧ୍ୟାରେ ଜଣେ ମୋଟରସାଇକେଲ ଆରୋହି ଲୁଟର ଶିକାର ହୋଇଥିବା ଜଣା…
ଲାଞ୍ଚ ନେଉଥିବା ବେଳେ ଜି.ଆର୍.ଏସ୍.କୁ ଗିରଫ କଲା ଭିଜିଲାନ୍ସ ବିଭାଗ ଅନୁଗୁଳ – ଭିଜିଲାନ୍ସ ଜାଲରେ ପଞ୍ଚାୟତ GRS । ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…