ଶୁଭାରମ୍ଭ ହେଲା ଅନୁଗୁଳ ଆଡଭାଣ୍ଟେଜ

ଶୁଭାରମ୍ଭ ହେଲା ଅନୁଗୁଳ ଆଡଭାଣ୍ଟେଜ

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଭରି ରହିଥିବା ପ୍ରାକୃତିକ ସମ୍ପଦ ଆଲୁମିନିୟମ , ଷ୍ଟିଲ ଓ କୋଇଲାର ସଦୁପଯୋଗ କରି ସ୍ଥାନୀୟ ଲୋକଙ୍କୁ’ ନିଯୁକ୍ତି ଦେବା ସହ ଜିଲ୍ଲାର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ନିମନ୍ତେ ଆଜି ଅନୁଗୁଳ ଆଲୁମିନିୟମ ପାର୍କ ଠାରେ ୨ ଦିନିଆ ଅନୁଗୁଳ ଆଡଭାଣ୍ଟେଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ଉପଦେଷ୍ଟା ଶ୍ରୀ ଅସିତ୍ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଆଲୁମିନିୟମ ପାର୍କର ଉପାଦେୟତାକୁ ଆମ ଦେଶରେ ଉପସ୍ଥାପନ କରିବା ସହ ଷ୍ଟିଲ ଓ କୋଇଲାର ଗନ୍ତାଘର କୁହାଯାଉଥିବା ଅନୁଗୁଳ ( ତାଳଚେର ) ରେ ଉପଲବଧ ସମ୍ବଳର ବ୍ୟବହାରକୁ ସୁଦୁରପ୍ରସାରୀ କରାଯିବ । ଯାହାକି ଏହି ଜିଲ୍ଲାରେ ଉପଲବଧ ଅଛି ବୋଲି ମୁଖ୍ୟ ଅତିଥୁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନୁଗୁଳ ଆଡଭାଣ୍ଟେକ ହେଉଛି ଏକ ଅଦ୍ବିତୀୟ ଓ ଶ୍ରେଷ୍ଠ , ଏଥିରେ ଜିଲ୍ଲାପାଳଙ୍କର ପ୍ରୟାସକୁ ମୁଖ୍ୟ ଅତିଥ୍‌ ପ୍ରଶଂସା କରିଥିଲେ । ଏହି ଆଲୁମିନିୟମ ପାର୍କରେ ୨୨୦ ଏକର ପରିମିତ ଯାଗାରେ ହେବ ଶିଳ୍ପ ପାର୍କ । ଏହାଛଡା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ନିମନ୍ତେ ଅଧିକ ୩୦୦ ଏକର ଜମି ଅଧିଗ୍ରହଣ କରାଯିବ । ଭାରତବର୍ଷରେ ଏହା ହେବ ଶ୍ରେଷ୍ଠ ଆଲୁମିନିୟମ ପାର୍କ । ଭାରତବର୍ଷରେ ଆଲୁମିନିୟମ ପାର୍କର କାର୍ଯ୍ୟକାରିତାକୁ ନେଇ ବ୍ୟାପକ ପ୍ରଚାର କରାଯିବ । ଆଜି ପ୍ରଥମ ଦିନରେ ଭାରତର ବିଭିନ୍ନ ପ୍ରାନ୍ତରୁ ୬୭ ଶିଳ୍ପଦ୍ୟୋଗୀ ଅଂଶଗ୍ରହଣ କରିଛନ୍ତି । ସରକାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ବ ଦେଉଛନ୍ତି । ଏମ୍ ଓ ୟୁ ସ୍ବାକ୍ଷରିତ କରିବା ଓ ଏହାକୁ କାର୍ଯ୍ୟରେ ପରିଣତ କରିବାରେ ଓଡିଶା ପ୍ରଥମ ରାଜ୍ୟ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନିର୍ଦେଶ କ୍ରମେ ଓଡିଶାର ଯୁବକ ଯୁବତୀମାନେ ଯେପରି ଅଧିକ ସଂଖ୍ୟାରେ କ୍ଷୁଦ୍ର ଉଦ୍ୟୋଗରେ ଯୋଗ ଦେଇପାରିବେ ତାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଆଲୁମିନିୟମ ପାର୍କ ଭାରତର ଏକମାତ୍ର ଉତ୍ସର୍ଗୀକୃତ ପାର୍କ ହେବାକୁ ଯାଉଛି । ୫୦ ହଜାର ଟନ୍‌ ଓଲଟେନ୍‌ ଶିଳ୍ପ ସଂସ୍କାର ପାଖରେ ଆସି ପହଞ୍ଚିବ । ପୂର୍ବରୁ ଆମେ ଓଡ଼ିଶାର କୌଣସି ସ୍ଥାନରେ ଏ ଭଳି ସମ୍ମିଳନୀ ଆୟୋଜନ ହୋଇ ନାହିଁ । ରାଜ୍ୟ ସରକାର ଏବେ ସର୍କୁଲାର ଇକୋନୋମି କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ପ୍ରଦାନ କରୁଛନ୍ତି । ଏଥିରେ ମରାମତି , ରକ୍ଷଣାବେକ୍ଷଣ ଓ ଅପଚୟ କମାଇବା ପାଇଁ ପଦକ୍ଷେପ ନିଆଯିବ । ଯେତେ କମ୍‌ରେ ଉପଲବଧ ସମ୍ବଳ ବ୍ୟବହାର ହୋଇପାରିବ ତା ଉପରେ ଗୁରୁତ୍ବାରୋପ କରାଯିବ । ଆଲୁମିନିୟମର ଗୁରୁତ୍ବ ସମ୍ପର୍କରେ ପ୍ରଚାର , ଷ୍ଟିଲର ଡାଉନ୍‌ଷ୍ଟ୍ରିମ୍ ଓ ଏମ୍ ଏସ୍ ଏମ୍ ର କୁ ପ୍ରାଧାନ୍ୟ ଦିଆଯିବ । ଏହି ପାର୍କ ଭାରତବର୍ଷର ବିଶାଳ ପାର୍କ । ଜିଲ୍ଲାରେ ଉପଲବଧ ବ୍ରାହ୍ମଣୀ ଓ ମହାନଦୀର ପାଣି କିପରି ଉପଲବଧ ହୋଇପାରିବ ତାହା ଉପରେ ଗୁରୁତ୍ବ ଦିଆଯାଉଛି । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଆଲୁମିନିୟମ ପାର୍କ ଓ ଅନୁଗୁଳ ଆଡ଼ଭାଣ୍ଟେକର କାର୍ଯ୍ୟକାରିତା ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ସଚିବ , ଶିଳ୍ପ ଓ ପରିଚାଳନା ନିର୍ଦ୍ଦେଶକ ଇ ଓ ଇପିକଲ ଶ୍ରୀ ଭୂପିନ୍ଦର ସିଂ ପୁନିଆ , ଶିଳ୍ପ , ଦକ୍ଷତା ବିକାଶ ଓ ବୈଷୟିକା ଶିକ୍ଷା ଏବଂ ଇ ଓ ଇପିକଲର ଅଧ୍ୟକ୍ଷ ଶ୍ରୀ ହେମନ୍ତ ଶର୍ମା , ୟୁ ଏନ୍ ଇ ପି ର ମୁଖ୍ୟ ଶ୍ରୀ ଅତୁଲ ବଗାଲ , ନାଲ୍‌କୋର ମୁଖ୍ୟ ପରିଚାଳନା ନିକ୍ଷକ ଶ୍ରୀ ଶ୍ରୀଧର ପାତ୍ର , ନିର୍ବାହୀ ନିର୍ଦ୍ଦେଶକ ଜେ ଏସ୍ ପି ଏଲ୍‌ ଶ୍ରୀ ଏଚ୍‌ ଝା , ନାଲ୍‌କୋର ସାଧାରଣ ପରିଚାଳକ ( ମେକାନିକାଲ ) ଶ୍ରୀ ଅପ୍ରତିମ୍ ଦେ ପ୍ରମୁଖ ଯୋଗ ଦେଇ ଆଲୁମିନିୟମ ସେକ୍ଟର , ଆଲୁମିନିୟମ ଡାଉନ୍‌ଷ୍ଟ୍ରିମ୍‌ରେ ଉପଲବଧ ସୁବିଧା ସୁଯୋଗ ଉପରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।

What’s your Reaction?
+1
1
+1
1
+1
0
+1
0
+1
11
+1
0
+1
1

Leave a Reply