ନାଲକୋ ପରିପାର୍ଶ୍ବିକ ଗ୍ରାମରେ ପାନୀୟ ଜଳ ଯୋଗାଣ ଆରମ୍ଭ

ନାଲକୋ ପରିପାର୍ଶ୍ବିକ ଗ୍ରାମରେ ପାନୀୟ ଜଳ ଯୋଗାଣ ଆରମ୍ଭ

ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ପାରିପାର୍ଶ୍ଵିକ ଗ୍ରାମରେ ବୁଧବାର ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଇଛି । ଜଳକ୍ଳିଷ୍ଟ ପରିପାର୍ଶ୍ବିକ ଗ୍ରାମମାନଙ୍କରେ ପାନୀୟ ଜଳ ସଙ୍କଟକୁ ଦୂରକରିବା ପାଇଁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କର।ଯାଇଛି । ଏସ୍ ଆଣ୍ଡ ପି କମପ୍ଲେକ୍ସର ନିର୍ବାହୀ ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ପଣ୍ଡା ପତାକା ଦେଖାଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନବସମ୍ବଳ ଓ ପ୍ରଶାସନ ଜିଜିଏମ୍ ସତ୍ୟାନନ୍ଦ ସାହୁ, ଡିଜିଏମ୍ (ଏଚଆରଡି) ରାଜାରାମ ମିଶ୍ର, ବଅଁରପାଳ ବିଡିଓ ଏଲିଜା ମିଶ୍ର, ଅନ୍ୟ ଅଧିକାରୀ, ନାଲକୋ ଓ ନାଲକୋ ଫାଉଣ୍ଡଶନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ସୂଚନା ଅନୁସାରେ , ସ୍ଥାନୀୟ ପ୍ରଶାସନ ଓ ନାଲକୋର ମିଳିତ ସହଯୋଗରେ ଅନୁଗୁଳ ବ୍ଲକ୍, ବଅଁରପାଳ ବ୍ଳକ୍ ଓ ଛେଣ୍ଡିପଦ। ବ୍ଲକ୍ ଅନ୍ତର୍ଗତ ୧୭ଟି ଗାଁରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି ।

What’s your Reaction?
+1
0
+1
0
+1
0
+1
0
+1
4
+1
0
+1
0

Leave a Reply