ଅଣ୍ଡା ଫୁଟି ବାହାରିଲେ ୩୦ରୁ ଅଧିକ ଘଡ଼ିଆଳ କୁମ୍ଭୀର

ଅଣ୍ଡା ଫୁଟି ବାହାରିଲେ ୩୦ରୁ ଅଧିକ ଘଡ଼ିଆଳ କୁମ୍ଭୀର

ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ପାଇଁ ପୁଣି ଥରେ ଖୁସି ଖବର ମିଳିଛି । ଗତକାଲି (ମଙ୍ଗଳବାର) ମହାନଦୀ ସାତକୋଶିଆ ଗଣ୍ଡର ବଲଦମରା ଠାରେ ୩୨ଟି ଘଡ଼ିଆଳ ଛୁଆ ଦେଖିବାକୁ ମିଳିଛି । ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ଏହା ଦେଖିଥିଲେ । ଏହାଛଡା ସେଠାରେ ଲଗାଯାଇଥିବା କ୍ୟାମେରାରେ ଘଡ଼ିଆଳ ଛୁଆ ଓ ମାର ଫୋଟୋ ମଧ୍ୟ ଉତ୍ତୋଳନ ହୋଇଛି । ଏହା ଦେଖିବା ପରେ ସେଠାରେ ବନ କର୍ମଚାରୀ ମାନେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି । ସେ ଅଞ୍ଚଳକୁ କୌଣସି ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକ ଏବଂ ମତ୍ସ୍ୟଜୀବୀ ମାନେ ଯିବା ଉପରେ କଟକଣା ଲଗା ଯାଇଛି । ଘଡ଼ିଆଳ ଛୁଆ ମାନଙ୍କୁ ମା ଘଡ଼ିଆଳ ଜଗି ରହିଛି । ଘଡ଼ିଆଳ ଭଳି ଏକ ବିରଳ ପ୍ରଜାତିର କୁମ୍ଭୀର ଏଠାରେ ପ୍ରାକୃତିକ ପରିବେଶରେ ବଂଶ ବୃଦ୍ଧି କରୁଥିବାରୁ ଏହା ନିଶ୍ଚିତ ଭାବେ ଶୁଭଙ୍କର ବୋଲି ପରିବେଶବିତ ମାନେ କହିଛନ୍ତି । ତେବେ ସେମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରାଯାଇଛି । କାରଣ ଦୀର୍ଘ ୪୦ ବର୍ଷ ପରେ ଗତ ୨୦୨୧ ମେ ମାସରେ ସେହି ସ୍ଥାନରେ ୨୮ ଟି ଛୁଆ ଅଣ୍ଡା ଫୁଟି ବାହାରିଥିବା ଦେଖିବାକୁ ମିଳିଥିଲା । ଏହି ସବୁ ସାବକ ସାତକୋଶିଆ ଗଣ୍ଡର ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରଜନନ ହୋଇଛନ୍ତି । ବହୁ ପୂର୍ବରୁ ପ୍ରାକୃତିକ ଭାବେ କେବଳ ସାତକୋଶିଆରେ ଘଡ଼ିଆଳଙ୍କ ପ୍ରଜନନ ହୋଇ ପାରୁଥିଲା । ପରିବେଶ ଅସନ୍ତୁଳନ ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖା ଯାଇଥିଲା ।

What’s your Reaction?
+1
0
+1
2
+1
0
+1
1
+1
6
+1
3
+1
2

Leave a Reply