ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ

ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ

ଅନୁଗୁଳ – ଟଙ୍କା ଆଗରେ ତୁଚ୍ଛ ହୋଇଛି ସମ୍ପର୍କ ମା‘କୁ ପିଟି ପିଟି ହତ୍ୟା କରିଛି ପିଶାଚ ପୁଅ ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବାଗଡିଆ ଦେହୁରୀସାହିରେ ଦେଖିବାକୁ ମିଳିଛି ।  ମୃତକ ଜଣଙ୍କ ହେଲେ  ଅବସରପ୍ରାପ୍ତ ଏଏନଏମ ବୀଣା ପାଣି ଦାଶ ବୋଲି ଜଣା ପଡିଛି l ସୂଚନା ଅନୁସାରେ ବାଗଡିଆ ପୋଷ୍ଟଅଫିସ ନିକଟସ୍ଥ ଦେହୁରୀସାହିରେ ବୀଣାପାଣି ଦାଶ ତାଙ୍କ ପରିବାରଙ୍କ ସହ ରହି ଆସୁଥିଲେ । ସ୍ବାମୀଙ୍କ ମୃତ୍ୟୁପରେ ସାନପୁଅ ତୁଷାରକାନ୍ତ ଦେହୁରୀ ସହିତ ରହୁଥିବା ବେଳେ ଟଙ୍କା ପାଇଁ ମା ବୀଣାପାଣିଙ୍କୁ ପୁଅ ତୁଷାର କାନ୍ତ ଦେହୁରୀ ଅନେକ ସମୟରେ ଅଶ୍ଳୀଳ ଗାଳିଗୁଲଜ କରିବା ସହିତ ନିସ୍ତୁକ ମାରପିଟ କରି ମା‘ଙ୍କ ଠାରୁ ଟଙ୍କା ନେଇଥାନ୍ତି l କିନ୍ତୁ ଗତ କାଲି ମଧ୍ୟ ତୁଷାର ମା‘ଙ୍କୁ ଟଙ୍କା ମାଗିଥିଲେ କିନ୍ତୁ ତାଙ୍କ ମା ବୀଣାପାଣି ଟଙ୍କା ନଦେବାରୁ ଘରେ କବାଟ ଦେଇ ମାକୁ ମାଡ ମାରିଥିଲେ ତେବେ ପଡିଶାଲୋକ ଏସବୁ ଜାଣିଥିଲେ ମଧ୍ୟ ତୁଷାରଙ୍କ ଭୟରେ କେହି ବାରଣ କରିବାକୁ ଯାଇ ନଥିଲେ । ସକାଳେ ଘରୁ କେହି ବାହାରକୁ ବାହାରି ନଥିବା ବେଳେ ଘର ମୁଖ୍ୟ କବାଟରେ ତାଲା ପଡିଥିବା ଦେଖି ପଡିଶା ଲୋକ ମାନେ ସନ୍ଦେହରେ କବାଟ ଫାଙ୍କରେ ଦେଖିଥିଲେ । ବୀଣାଙ୍କ ମୃତ ଦେହ ଦୁଆର ଅଗଣାରେ ପଡିଥିବା ଦେଖି ସ୍ଥାନୀୟ ଲୋକ ମାନେ ପୂଲିସକୁ ଖବର ଦେଇ ଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି  ଘଟଣାର ତଦନ୍ତ ଚଳାଇଛି । ଟଙ୍କା ପାଇଁ ପୁଅ ତୁଷାରକାନ୍ତ ଦେହୁରୀ ରବିବାର ବିଳମ୍ବିତ ରାତିରେ ନିସ୍ତୁକ ମାଡ ମାରି ମାରି ଦେଇଥିବା ବେଳେ ମାର ମୃତ୍ୟୁପରେ ପୁଅ ଘରର ମୁଖ୍ୟକବାଟରେ ତାଲା ପକାଇ ଫେରାର ହୋଇ ଯାଉଥିଲା କୌଣସି ମତେ ସୂଚନା ପାଇ ପୁଲିସ ତାକୁ ଦେବଗଡ ଛକରୁ କାବୁ କରିଛି । ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଥିବା ବେଳେ ଅଟକ ତୁଷାରକୁ ମଧ୍ୟ ପଚରାଉଚୁରା କରୁଛି ।

What’s your Reaction?
+1
0
+1
0
+1
1
+1
1
+1
4
+1
0
+1
3

Leave a Reply