ମୁଖ୍ୟ ଖବର ସହରର ବିଭିନ୍ନ ସ୍ଥାନରେ ଖାଦ୍ୟ ନିରାପତ୍ତା ବିଭାଗର ଚଢାଉ Angul OnlineMay 19, 2022May 19, 2022 ଅନୁଗୁଳ – ଅନୁଗୁଳ ଜିଲ୍ଳା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗୁରୁବାର ବସ ଷ୍ଟାଣ୍ଡ , ବଜାର , ଅମଲାପଡ଼ା ତଥା ଏହାର ଆଖପାଖରେ ଖୋଲିଥିବା ବିଭିନ୍ନ ଚା , ଜଳଖିଆ , ଲସି ଦୋକାନ ଉପରେ ଚଢ଼ାଉ କ୍ରାଯାଇଥିଲା । ଚଢାଉ ବେଳେ ଏହି ସବୁ ସ୍ଥାନରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରିବା ସହ ଫୁଡ଼ ଲାଇସେନ୍ସ ଜାଞ୍ଚ କରା ଯାଇଥିଲା । ଯେଉଁ ମାନେ ଲାଇସେନ୍ସ କରି ନାହାନ୍ତି ସେମାନଙ୍କୁ ଲାଇସେନ୍ସ କରିବାକୁ ପରାମର୍ଶ ଦିଆ ଯାଇଥିଲା । ଯେଉଁ ଦୋକାନୀ ମାନେ ପୂର୍ବରୁ ତାଗିଦ ସତ୍ୱେ ଲାଇସେନ୍ସ କରିନଥିଲେ ତଥା ଅସ୍ଵାସ୍ଥ୍ୟକର ଓ ଅପରିଷ୍କାର ପରିବେଶରେ ଖାଦ୍ୟ ବିକ୍ରି କରୁଥିଲେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା । ଜିଲ୍ଳା ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ବେହେରା , ଖାଦ୍ୟ ନିରାପତ୍ତା ଅଧିକାରୀ ହରପ୍ରିୟା ବେହେରାଙ୍କ ନେତୃତ୍ତ୍ୱରେ ଏହି ଚଢ଼ାଉ କରାଯାଇଥିଲା । Advertisement
ନାନୀ-ଭଉଣୀ ଉପରେ ଚଢିଗଲା ହାଇୱା – ଜଣେ ମୃତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ନଗଦିପୁର ଗ୍ରାମ ନିକଟରେ ସ୍କୁଟିରେ ଯାଉଥିବା ନାନୀ-ଭଉଣୀଙ୍କୁ ଏକ ହାଇୱା ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ…
ବଦଳିଲେ ଉପ-ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ ସମେତ ଅନୁଗୁଳ ଓ ପାଲଲହଡା ଉପ-ଜିଲ୍ଲାପାଳଙ୍କ ବଦଳି ହୋଇଛି । ସାଧାରଣ…
ଡ୍ରେନରୁ ମୃତଦେହ ଉଦ୍ଧାର – ନୁଆଁ ବର୍ଷ ପାଳନ କରି ଫେରିବା ବେଳେ ଅଘଟଣ ଅନୁଗୁଳ – ଡ୍ରେନରେ ପଡି ଜୀବନ ଗଲା । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ହରିଜନ ସାହିରେ ନବ ବର୍ଷ ପାଳନ ବେଳେ ଡ୍ରେନରେ…