ଅପରାଧ ମୋବାଇଲ ଚୋରୀ ଅଭିଯୋଗରେ ୩ କୋର୍ଟ ଚାଲାଣ Angul OnlineMay 22, 2022May 22, 2022 ଅନୁଗୁଳ – ଅନୁଗୁଳ ଥାନା ହେମସୁରପଡ଼ା ଅଞ୍ଚଳରୁ ଦୁଇଟି ମୋବାଇଲ ଚୋରୀ ହୋଇଥିବା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେଲେ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମର ବିଷ୍ଣ ନାଏକ , ହେମସୁର ପଡ଼ାର ରାଜେଶ ନାଏକ ଓ ବନ୍ତଳା ଥାନା ଦଳବେହେରାସାହିର ସୁଜିତ କୁମାର ନାଏକ । ସୂଚନା ଅନୁସାରେ , ଗତ ଏପ୍ରିଲ ୨୯ ତାରିଖରେ ହେମସୁରପଡ଼ାର ସର୍ବେଶ୍ବର ସାହୁଙ୍କ ଘରେ ଭୋର ସମୟରେ କେହି ପଶି ଦୁଇଟି ମୋବାଇଲ ଫୋନ୍ ନେଇଯାଇଥିଲେ । ଏନେଇ ସର୍ବେଶ୍ବର ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏଏସଆଇ ଅବଦୁଲ ୱାସିମ୍ ଖାନ ଘଟଣାର ତଦନ୍ତ କରିଥିଲେ । ତଦନ୍ତ ବେଳେ ଘଟଣା ଜଣା ପଡିବା ପରେ ଚୋରୀ ହୋଇଥିବା ଦୁଇଟି ମୋବାଇଲ ପୁଲିସ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଏୟାରଫୋର୍ସ କର୍ମଚାରୀ ନାମରେ ବଧୁହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ହିନ୍ଦୋଳ ଅଞ୍ଚଳରେ ବିବାହ କରିଥିବା ଜଣେ ଝିଅର ସନ୍ଦେହଜନକ ମୃତ୍ୟୁ ହୋଇଛି । ପଞ୍ଜାବରେ ସ୍ଵାମୀଙ୍କ ସହ ରହୁଥିବା…
ମାଲିକାଣୀକୁ ହତ୍ୟା କରି ଘରୁ ଲୁଟ କଲା ଡ୍ରାଇଭର ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା ଗାଁରେ ମାଲିକାଣୀକୁ ହତ୍ୟା କରି ଟଙ୍କା ସୁନା ଲୁଟ କଲା ଡ୍ରାଇଭର । ରାତିରେ ଘରେ ଅନ୍ୟ…
ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରୁ ଲୁଟ ଉଦ୍ୟମ – ଲୁଟେରାଙ୍କ ଆକ୍ରମଣରେ ଜଣେ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ୪ ଜଣ ଦୁର୍ବୃତ୍ତ ଲୁଟ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟ ବଶତଃ ଏଥିରେ ବିଫଳ ହୋଇଛନ୍ତି ।…