ଆଞ୍ଚଳିକ ଜିଲ୍ଲା ବ୍ରାହ୍ମଣ ମହାସଂଘର କାର୍ଯ୍ୟକାରିଣୀ ବୈଠକ Angul OnlineMay 23, 2022May 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ସଭାପତି ଶଶାଙ୍କ ଶେଖର ପାଣି ଓ କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବ୍ୟୋମକେଶ ଶତପଥୀଙ୍କ ଆବାହାକତ୍ୱରେ ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ସପ୍ତଦଶ କାର୍ଯ୍ୟକାରିଣୀ ବୈଠକ ଅନୁଗୁଳ ସଂସ୍କୃତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ସଂଗଠନ ଦୀର୍ଘଦିନ ସୁପ୍ତାବସ୍ଥାରେ ରହିବା ପରେ ଶଶାଙ୍କ ଶେଖର ପାଣିଙ୍କ ସଭାପତିତ୍ୱରେ ମହାସଂଘର ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା । ଉକ୍ତ ଅବସରରେ ସମ୍ପାଦକ ପ୍ରଭାତ କୁମାର ରଥଙ୍କ ଦ୍ୱାରା ରଚିତ ଶ୍ରୀମଦ୍ ଭଗବତ ଗୀତାମୃତ ପୁସ୍ତକ ଡ. ରବିନାରାୟଣ ପଣ୍ଡାଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା । ପୁନଃ ମହାସଂଘକୁ ବ୍ରାହ୍ମଣମାନଙ୍କ ହିତ ଉଦ୍ଦେଶ୍ୟରେ କାର୍ଯ୍ୟକ୍ଷମ କରାଇବା ନିମନ୍ତେ ଆସନ୍ତା ଜୁନ୍ ମାସ ୨୬ ତାରିଖରେ ପୁନଃ ଅନୁଗୁଳ ସଂସ୍କୃତ ମହାବିଦ୍ୟାଳୟ ଠାରେ ମହାସଂଘର ଅଷ୍ଟାଦଶ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବା ପାଇଁ ଦିନ ଧାର୍ଯ୍ୟକରି ଉକ୍ତ ସଭାରେ ଜିଲ୍ଲାର ସମସ୍ତ ବ୍ରାହ୍ମଣ ତଥା ଆଞ୍ଚଳିକ ସଂଗଠନର କର୍ମକର୍ତ୍ତା ମାନଙ୍କୁ ଉପସ୍ଥିତ ରହି ନୂତନ କର୍ମକର୍ତ୍ତା ଚୟନ କରିବାରେ ସହଯୋଗ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା । ଜିଲ୍ଲାର ବ୍ରାହ୍ମଣମାନଙ୍କୁ ସଂଗଠିତ କରି ରାଜ୍ୟ ସଂଗଠନ ସହିତ ସହବନ୍ଧିତ ହୋଇ ଓଡିଶାର ବ୍ରାହ୍ମଣମାନଙ୍କ ପାଇଁ ସରକାରୀ ସ୍ତରରେ ବ୍ରାହ୍ମଣ ନିଗମ ଗଠନ କରିବା ନିମନ୍ତେ ପ୍ରସ୍ତାବ ଗୃହିତ ହୋଇଥିଲା । ତତ୍ସଙ୍ଗେ ସଂଗଠନର ବିଭିନ୍ନ ବାର୍ଷିକ ଯୋଜନା ନିମନ୍ତେ ମଧ୍ୟ ପ୍ରସ୍ତାବ ଗୃହିତ ହୋଇଥିଲା । ସଂଗଠନର ଅର୍ଥ ସଂଗ୍ରହ ବାବଦରେ ଆଲୋଚନା ହୋଇ ଏକ ଅର୍ଥ କମିଟି ଗଠନ କରାଯାଇଥିଲା । ଶେଷରେ ଅନୁଗୁଳ ଜିଲ୍ଲାର ସମସ୍ତ ବ୍ରାହ୍ମଣମାନଙ୍କୁ ସଂଗଠନରେ ସାମିଲ କରାଇବା ପାଇଁ ପ୍ରଚେଷ୍ଟା କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ସଭାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସି ସନ୍ତୋଷ କୁମାର ମିଶ୍ର, ଅଜୟ କୁମାର ତ୍ରିପାଠୀ, ରଞ୍ଜନ କୁମାର କର, ଗୁଣାକର ଶତପଥୀ, ବିପିନ କୁମାର ମିଶ୍ର, ଅଶୋକ କୁମାର କର, ମନୋଜ କୁମାର ମହାପାତ୍ର, ନୃସିଂହଚରଣ ମିଶ୍ର, ଆର୍ତ୍ତଭଞ୍ଜନ ଦାସ, ଗୋବିନାଥ ତ୍ରିପାଠୀ, ଦ୍ୱାରିକା ନନ୍ଦ, କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, କାଶୀନାଥ ଶତପଥୀ, ପ୍ରଶାନ୍ତ କୁମାର ଦାସ, ବାସୁଦେବ ହୋତା, ଉଦୟନାଥ ଦାସ, ନାରାୟଣ ଚନ୍ଦ୍ର ପଣ୍ଡା, ସୂର୍ଯ୍ୟନାରାୟଣ ମିଶ୍ର, ପବିତ୍ର ମୋହନ ଶତପଥୀ, ଅଭୟ କୁମାର କର, ରାଧାମୋହନ ମିଶ୍ର, ପ୍ରଫୁଲ୍ଲ କୁମାର ଦାସ, ମାୟାଧର ମିଶ୍ର, ହରମୋହନ ମହାପାତ୍ର, ରୁଦ୍ର ପ୍ରସାଦ ତ୍ରିପ।ଠୀ, ମାନସ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ । Advertisement
ବର୍ଷାରେ ବେହାଲ ଅନୁଗୋଳ ଅନୁଗୋଳ – ଜାତୀୟ ରାଜପଥ ରେ ଲହଡି ମାରୁଛି ପାଣି , ଘର ଭିତରେ ଆଣ୍ଠୁଏ ପାଣି , ଗାଡି ପାଣିରେ ଭାସୁଛି । ଦୁଇଦିନ ଲଗାଣ…
ଗଣତନ୍ତ୍ରରେ ସାମ୍ବାଦିକମାନଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି ତାଳଚେର – ଗଣତନ୍ତ୍ରକୁ ବିପତ୍ତି ପଡ଼ିଥିବା ବେଳେ ଗଣମାଧ୍ୟମ ହିଁ ଏହାକୁ ସଜାଡ଼ିବାରେ ଭୂମିକା ନେଇଛି । ଏବେ ବି ଗଣତନ୍ତ୍ର ଉପରେ ବାରମ୍ବାର ବିପଦ ଆସିବା…
ଏସୟୁସିଆଇ କମ୍ୟୁନିଷ୍ଟର ଅନୁଗୁଳ ବନ୍ଦ ଡାକରା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ବିରୋଧ ବଢିବାରେ ଲାଗିଛି । ଏହାକୁ ବିରୋଧ କରି ଶାସକ ବିଜେଡି ଦଳ ୧୨ ଘଣ୍ଟିଆ…