ସିଗାରେଟ କିଣାକୁ ନେଇ ହତ୍ୟାକାଣ୍ଡ

ସିଗାରେଟ କିଣାକୁ ନେଇ ହତ୍ୟାକାଣ୍ଡ

ଅନୁଗୁଳ – ସିଗାରେଟ ବାକି ମାଗିବାରୁ ଗଣ୍ଡଗୋଳ ଆଉ ପରେ ହତ୍ୟାକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ସଦର ଥାନା ନୂଆଁସାହି ଗାଁରେ । ସୂଚନା ଅନୁସାରେ ନୂଆଁସାହିର ଲଳିତ ସାହୁ ନାମକ ଜଣେ ଯୁବକ ଗାଁରେ ଦୋକାନ ଦେଇଥିବା ଦୁଷ୍ମନ୍ତ ସାହୁଙ୍କୁ ସିଗାରେଟ ମାଗିଥିଲେ । ତେବେ ପୂର୍ବରୁ ଏକ ସିଗାରେଟର ଟଙ୍କା କାହିଁକି ଦେଇ ନାହଁ ପୁଣି ସିଗାରେଟ ମାଗୁଛ ବୋଲି ଦୁଷ୍ମନ୍ତ କହିବାରୁ ଉଭୟ ଦୁଷ୍ମନ୍ତ ଓ ଲଳିତଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ବେଳେ ଉତ୍ୟକ୍ତ ହୋଇ ଦୁଷ୍ମନ୍ତ ଓ ତାଙ୍କ ଦୁଇ ଭାଇ ମିଶି ଲଳିତକୁ ଆକ୍ରମଣ କରିଥିଲେ । ଦୁଷ୍ମନ୍ତଙ୍କ ଭାଇ ଏକ ଛୁରୀରେ ଲଳିତଙ୍କ ପିଠିକୁ ଆଘାତ କରିବା ପରେ ଲଳିତ ସେଠାରେ ଖସି ପଡ଼ିଥିଲେ । ଆକ୍ରମଣ କରି ଦୁଷ୍ମନ୍ତଙ୍କ ପରିବାର ଫେରାର ହୋଇ ଯାଇଥିବା ବେଳେ ଲଳିତଙ୍କ ପରିବାର ଲୋକ ଲଳିତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

What’s your Reaction?
+1
1
+1
4
+1
1
+1
2
+1
9
+1
1
+1
7

Leave a Reply