ଡିଭାଇଡ଼ରରେ ପିଟି ହୋଇ ଦୁଇ ମୃତ ଜଣେ ଗୁରୁତର

ଡିଭାଇଡ଼ରରେ ପିଟି ହୋଇ ଦୁଇ ମୃତ ଜଣେ ଗୁରୁତର

ଅନୁଗୁଳ – ଅନଗୁଳ ଜିଲ୍ଲା ପାଳଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ବାଇପାସ ରୋଡ଼ ମାଙ୍କଡା ବ୍ରିଜ ନିକଟରେ ଏକ ମୋଟରସାଇକେଲ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ସୂଚନା ଅନୁସାରେ ସମଲ ଥାନା ଅନ୍ତର୍ଗତ ପବିତ୍ରନଗର ଗ୍ରାମର ୩ ଜଣ ଯୁବକ ମୋଟରସାଇକେଲରେ ଠିଆନାଳ ହାଟରୁ ମୋଟରସାଇକେଲ ଯୋଗେ ନିଜ ଗାଁ କୁ ଫେରୁଥିବା ବେଳେ ପାଲଲହଡା ବାଇପାସ ରୋଡ଼ ମାଙ୍କଡା ବ୍ରିଜ ନିକଟରେ ଭାରସାମ୍ୟ ହରାଇ ପାଖ  ଡିଭାଇଡରରେ ପିଟି ହୋଇ ଯାଇଥିଲେ ଯାହାଫଳରେ ମୋଟରସାଇକେଲରେ ବସିଥିବା ଯୁବକ ମାନେ ମୋଟରସାଇକେଲରୁ ଛିଟକି ପଡ଼ିଥିଲେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରଥମେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପାଳଲହଡା ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା ଡାକ୍ତର ସେଠାରେ ହଡା ସାମଲ ନାମକ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଅନ୍ୟ ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଅନଗୁଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଉଥିବା ବେଳେ ଖମାର ବାଟରେ ବିଜୁ ସେଠୀଙ୍କର ମୃତ୍ୟୁ ହୋଇଥିଲା ଅନ୍ୟପଟେ ତୃତୀୟ ମୋଟରସାଇକେଲ ଆରୋହୀ ଜଣକୁ ଗୁରୁତର ଅବସ୍ତାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ପାଲଲହଡା ପୁଲିସ ଘଟଣାର ତଦନ୍ତ କରୁଛି

What’s your Reaction?
+1
0
+1
0
+1
0
+1
0
+1
1
+1
2
+1
3

Leave a Reply