ଆଞ୍ଚଳିକ କାର ଧକ୍କାରେ ଜଣେ ମୃତ Angul OnlineMay 27, 2022May 27, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ଘଟି ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ପରା ଗ୍ରାମର ଗାଁର ଗଜେନ୍ଦ୍ର ନାୟକ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଗଜେନ୍ଦ୍ର ନାଏକ ତାଙ୍କ ଶଶୁର ଘର ସାନକେରଜାଙ୍ଗ ଗ୍ରାମକୁ ଯାଇଥିଲେ । ୫୫ନଂ ଜାତୀୟ ରାଜପଥରେ ଏକ ମାରୁତି କାର(ଓଡ଼ି୦୨ ଏପି ୮୬୧୩) ଟି ସମ୍ବଲପୁରରୁ ଅନୁଗୁଳ ଯାଉଥିବାବେଳେ ଜରପଡା ଥାନା ଓଗୀ ଛକ ଠାରେ ଏକ ହୋଣ୍ଡାସାଇନ ମୋଟରସାଇକେଲରେ ଗଜେନ୍ଦ୍ର ଓଗୀ ଛକ ଠାରେ ହଠାତ ୫୫ ନଂ ଜାତୀୟ ରାଜପଥକୁ ବାହାରି ପଡିଥିଲେ । ଫଳରେ କାର ସହିତ ମୋଟରସାଇକେଲ ଧକ୍କା ହୋଇଥିଲା । ଏହି ଧକ୍କାରେ ମୋଟର ସାଇକେଲ ଚାଳକ ଗଜେନ୍ଦ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟ ହୋଇଥିଲା । ଏହାକୁ ନେଇ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିବା ବେଳେ ଜରପଡା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା । ଏହା ସହ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅନୁଗୁଳ – ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ସମନ୍ଵିତ ଶିଶୁ ବିକାଶ ଯୋଜନା ଅନୁଗୁଳର ସହଭାଗିତାରେ (ଅଗଷ୍ଟ ୧ – ୭ ତାରିଖ) ବିଭିନ୍ନ…
ବଜ୍ରପାତରେ ଚାଷୀ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମପଞ୍ଚାୟତର ଚାକୁଣ୍ଡାମୁଣ୍ଡା ସାହିରେ ବୁଧବାର ଅପରାହ୍ନ ୫ଟା ବେଳେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି ।…
ସରକାରୀ ଜମିକୁ ନିଜ ଜମି କହି ବିକ୍ରି – ଠକେଇ ଅଭିଯୋଗରେ ଜଣେ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ସରକାରୀ ଜମିକୁ ନିଜର କହି ବିକ୍ରି କରାଯାଇଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…