ସ୍ୱାସ୍ଥ୍ୟ ସାମ୍ବାଦିକ ସ୍ବର୍ଗତ ରଘୁନାଥ ସାହୁଙ୍କ ସ୍ମୃତିରେ ରକ୍ତଦାନ ଶିବିର Angul OnlineMay 28, 2022May 28, 2022 ଅନୁଗୁଳ – ଅନୁଗୁଳ ମାଟିର ଜଣେ ଦକ୍ଷ ଓ ଯୁବ ସାମ୍ବାଦିକ ଥିଲେ ସ୍ବର୍ଗତ ରଘୁନାଥ ସାହୁ । ମାତ୍ର ଯୁବାବସ୍ଥାରେ ସ୍ବାସ୍ଥ୍ୟବସ୍ଥରେ ଅବନତି କାରଣରୁ ଗତବର୍ଷ ଆଜିର ଦିନରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ସାମ୍ବାଦିକ ଜଗତରରେ ଏକ ଖାଲି ସ୍ଥାନ ଛାଡି ଯାଇଥିଲା । ତାଙ୍କର ଏହି ଦେହାନ୍ତ ଦିବସ ବା ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ରକ୍ତଦାନ ଭବନଠାରେ ଆୟୋଜନ କରାଯାଇଥିଲା । ଯେଉଁଥିରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଅନୁଗୁଳ ଉପ-ଜିଲ୍ଲାପାଳ ବଇତୁରା ଦୀପ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଜଣେ ସାମ୍ବାଦିକ ବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକରେ ଏକ ରକ୍ତଦାନ ଶିବିର ଆୟୋଜନ କରିବାକୁ ପ୍ରଶଂସା କରିଥିଲେ । ରଘୁନାଥଙ୍କ ପ୍ରତ୍ୟେକ ଶ୍ରାଦ୍ଧ ବାର୍ଷିକରେ ରକ୍ତଦାନ ଶିବିର ହେଉ ଅବା ଅନ୍ୟ କୌଣସି ସାମାଜିକ କାର୍ଯ୍ୟ ଆୟୋଜନ କରି ତାଙ୍କ ସ୍ମୃତି ଚାରଣ କରିବାକୁ ଚେଷ୍ଟା ଜାରି ରହିବ ବୋଲି ଆୟୋଜକ ମାନେ ପ୍ରକାଶ କରିଥିଲେ । ଆଜିର ଏହି ରକ୍ତଦାନ ଶିବିରକୁ ସାମ୍ବାଦିକ ସମରେଶ ନାଥ , ମହେଶ ଭୋମରାଜ , ଜୟନ୍ତ କର , ସୁଶାନ୍ତ ସେଠୀ , ସୌମ୍ୟ ରଞ୍ଜନ ଦାଶ , ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ , ପ୍ରତାପ ମହାପାତ୍ର , ଆଦ୍ୟଶ୍ଲୋକ ମିଶ୍ର , ବାପୁଜୀ ପ୍ରଧାନ ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ପରିଚାଳନା କରିଥିବା ବେଳେ ରକ୍ତଭଣ୍ତାର କର୍ମଚାରୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । Advertisement
ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ଵସ୍ତି ଏକ୍ସପ୍ରେସ ଏବଂ ଶିଶୁଙ୍କ ପାଇଁ ସ୍କୁଲ ବସ ଲୋକାର୍ପିତ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପିଏଲ)ର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ…
ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ – ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ଅନୁଗୁଳ – କରୋନା ସଂକ୍ରମଣର ବିଗତ ଏକ ବର୍ଷ ମଧ୍ୟରେ ଆଜି ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୩୯୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି…
ଝାଡ଼ାବାନ୍ତିରେ ୫୦ ରୁ ଅଧିକ ଆକ୍ରାନ୍ତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଗହମ ଗାଁରେ ଝାଡାବାନ୍ତିରେ ୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ…