ମୁଖ୍ୟ ଖବର ଜେଜେବାପାଙ୍କ ସ୍ଵପ୍ନ ପୂରଣ କରିଛି – ସୌମ୍ୟରଞ୍ଜନ , ଅନୁଗୁଳର ପୁଅ ସିଭିଲ ସର୍ଭିସରେ କୃତକାର୍ଯ୍ୟ Angul OnlineMay 30, 2022May 30, 2022 ଅନୁଗୁଳ – ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ କୃତକାର୍ଯ୍ୟ କରିଛନ୍ତି ୬୮୫ ଜଣ । ୬୮୫ ପଦବୀରେ କୃତକାର୍ଯ୍ୟ ତାଲିକାରେ ଓଡ଼ିଶାରୁ ୯ ଜଣ ସ୍ଥାନ ପାଇଛନ୍ତି । ଏହା ଭିତରେ ଜଣେ ଅନୁଗୁଳ ଜିଲ୍ଲାର ଛାତ୍ର ରହିଛନ୍ତି । ପ୍ରଥମ ସ୍ଥାନରେ ଅଛନ୍ତି କାର୍ତ୍ତିକ ପାଣିଗ୍ରାହୀ । ସର୍ବଭାରତୀୟ ତାଲିକାରେ ତାଙ୍କର ରାଙ୍କ୍ ହେଉଛି ୬୩ । ୮୬ ରାଙ୍କ୍ ରେ ସୌରଭ କୁମାର ଅଗ୍ରୱାଲ୍, ୨୦୫ ରାଙ୍କ୍ ରେ ଦୁର୍ଗାପ୍ରସାଦ ଅଧିକାରୀ, ୨୩୨ ରାଙ୍କ୍ ରେ ବିଶ୍ୱ ବିଶ୍ରୁତ ତ୍ରିପାଠୀ, ୨୬୯ ରାଙ୍କରେ ଅନୁପ ଗର୍ଗ, ୨୭୩ ରାଙ୍କରେ ସମୀର କୁମାର ଜେନା, ୩୦୬ ରାଙ୍କରେ ସୌମ୍ୟରଞ୍ଜନ ପ୍ରଧାନ, ୩୭୬ ରାଙ୍କରେ ହର୍ଷିତ ମେହେର, ୫୧୩ ରାଙ୍କ୍ ରେ ମାନସ ରଞ୍ଜନ ସାହୁ ଅଛନ୍ତି । ୩୦୬ ରାଙ୍କରେ କୃତକାର୍ଯ୍ୟ ହାସଲ କରିଥିବା ସୌମ୍ୟରଞ୍ଜନ ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳରେ । ତାଙ୍କ ବାପା ଜଣେ ଅଧ୍ୟାପକ ମା ଗୃହିଣୀ । ସେ ଛୋଟ ବେଳୁ ପାଲଲହଡାରେ ରହି ପାଠ ପଢୁଥବା ବେଳେ ଅନଲାଇନରେ ରେ ଇଉପିଏସସି ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ଇଉପିଏସସି ପାଇଁ ଦୈନିକ ସେ ୫ ରୁ ୬ ଘଣ୍ଟା ସମୟ ଦେଉଥିଲେ । ତେବେ ଏହି ସ୍ଵପ୍ନ ତାଙ୍କ ଜେଜେବାପାଙ୍କର ଥିଲା । ଆଉ ଆଜି ଜେଜେବାପାଙ୍କ ସ୍ଵପ୍ନ ସେ ପୂରଣ କରିଛନ୍ତି ବୋଲି ଅନୁଗୁଳ ଅନଲାଇନକୁ ଏକ ସ୍ଵତନ୍ତ୍ର ସାକ୍ଷାତକାରରେ କହିଛନ୍ତି । ତାଙ୍କର ଏହି ସଫଳତାରେ ସେ ନିଜେ ତ ବହୁତ ଖୁସି ଅଛନ୍ତି ଏହା ସହ ତାଙ୍କ ବାପା-ମା , ଶିକ୍ଷକ ଶିକ୍ଷୟତ୍ରୀ ତଥା ପାଲଲହଡାବାସୀ ବେଶ ଖୁସି ଅଛନ୍ତି । Advertisement
୩୦ ବର୍ଷର ରେକର୍ଡ ଭାଙ୍ଗିଲା – ସାତକୋଶିଆରେ ଅଣ୍ଡାରୁ ଫୁଟି ବାହାରିଲେ ୨୮ ଘଡ଼ିଆଳ ଅନୁଗୁଳ – ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଖୁସି ଖବର । ଦୀର୍ଘ ୩୦ ବର୍ଷର ରେକର୍ଡ ଭାଙ୍ଗି ନିଜର ନୂଆ ପରିଚୟ ସୃଷ୍ଟି କରିଛି ସାତକୋଶିଆ…
ଟ୍ରକ ଧକ୍କାରେ ଜଣେ ମୃତ ଜଣେ ଗୁରୁତର ଆଠମଲ୍ଲିକ -(AO) – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କମରେଇ ନିକଟରେ ଟ୍ରକ ଧକାରେ ଜଣେ ମୋଟରସାଇକେଲ ଆରୋହିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର…
ସ୍କୁଲରେ ଖେଳୁଥିବା ବେଳେ ବଜ୍ରଘାତରେ ସପ୍ତମ ଶ୍ରେଣୀ ଛାତ୍ର ମୃତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଘୋଷର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି(ଗୁରୁବାର) ଅପରାହ୍ନରେ ଏକ ଅଘଟଣ ଘଟି ଯାଇଛି । ସ୍କୁଲ ପରିସରରେ ଖେଳୁଥିବା…