ଆଞ୍ଚଳିକ ଜାମୁକୋଳି ଖାଇବା ଯାଇ ଆଉ ଫେରିଲା ନାହିଁ – ପୋଖରୀରେ ବୁଡି ନାବାଳକ ମୃତ Angul OnlineMay 30, 2022May 30, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜାମ୍ବୁନାଳି ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟି ଯାଇଛି । ଗ୍ରାମର ରଞ୍ଜନ କୁମାର ମାଝିଙ୍କ ୧୦ ବର୍ଷର ପୁଅ ନିରାକାର ସାଙ୍ଗ ମାନଙ୍କ ସହ ଜାମୁକୋଳି ଖାଇବାକୁ ଯାଇ ଆଉ ଘରକୁ ଫେରିଲେ ନାହିଁ । ବହୁ ସମୟ ଖୋଜାଖୋଜି କରିବା ପରେ ଗ୍ରାମ ନିକଟରେ ଥିବା ଜିରାବାହାଳି ପୋଖରୀରେ ବୁଡ଼ି ଯାଇଥିବା ଜଣା ପଡିଥିଲା । ସୂଚନା ଅନୁସାରେ ନିରାକାର ଆଜି ସକେଲ ଜାମୁକୋଳି ଖାଇବାକୁ ସାଙ୍ଗ ମାନଙ୍କ ସହ ବାହରିଥିଲେ । ସେଠାରୁ ଫେରି ଗାଁ ପୋଖରୀରେ ଗାଧୋଇଥିଲେ । ତେବେ ସେ ହାତ୍ହାତ ଗଭୀର ପାଣିକୁ ଚାଲି ଯାଇଥିବା ବେଳେ ବୁଡି ଯାଇଥିଲେ । ଏହା ଦେଖି ସାଙ୍ଗମାନେ ପାଟି କରିବାରୁ ପୋଖରୀରେ ଗୋଧୋଉଥିବା ଅନ୍ୟ ଲୋକମାନେ ପାଣିରେ ପଶି ନିରାକାରଙ୍କୁ ଉଦ୍ଧାର କରିବା ସହିତ ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ ପାଳିତ ଅନୁଗୋଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପିଏଲ)ର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ ପ୍ରକଳ୍ପ…
ବିବାହ ବନ୍ଧନରେ ବାନ୍ଧି ହେଲେ ଯୁବ ବିଧାୟକ ଅନୁଗୋଳ – ବିବାହ ବନ୍ଧନରେ ବାନ୍ଧି ହେଲେ ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ । ଆଜି ହିନ୍ଦୁ ରୀତି ନୀତି ଅନୁଯାୟୀ ଅନୁଗୋଳ ସ୍ଥିତ ଏକ…
ସତ୍ୟାଗ୍ରହରେ ଓକିଲ ଅନୁଗୁଳ – ସତ୍ୟାଗ୍ରହରେ ଓକିଲ ସଂଘ । ସାରା ଭାରତରେ ଆଜି ଓକିଲ ମାନେ ସତ୍ୟାଗ୍ରହ କରୁଥିବା ବେଳେ ଅନୁଗୁଳ ଜିଲ୍ଲାର ସମସ୍ତ କୋର୍ଟ ଆଗରେ ମଧ୍ୟ…