ବାଣିଜ୍ୟ ଜାତୀୟ ଖଣିଜ କଂଗ୍ରେସ ପ୍ରତିନିଧିଙ୍କ ଜେଏସ୍ପି ପ୍ଲାଣ୍ଟ ପରିଦର୍ଶନ Angul OnlineMay 30, 2022May 30, 2022 ଭୁବନେଶ୍ୱର – ବିଶ୍ୱ ଖଣି କଂଗ୍ରେସର ଭାରତୀୟ ଜାତୀୟ କମିଟି ଦ୍ୱାରା ଆୟୋଜିତ ଏବଂ କୋଇଲା ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ଜାତୀୟ ଖଣିଜ କଂଗ୍ରେସର ୬୦ରୁ ଅଧିକ ପ୍ରତିନିଧି ଖଣି କଂଗ୍ରେସର ଦ୍ୱିତୀୟ ଦିନରେ ଶନିବାର ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଦ୍ୱାରା ସ୍ଥାପିତ କୋଇଲା ଗ୍ୟାସିଫିକେସନ୍ ପ୍ଲାଣ୍ଟ (ସିଜିପି) ପରିଦର୍ଶନ କରିଛନ୍ତି। ଜେଏସପିର ପରିଚାଳନା ନିର୍ଦ୍ଦେଶକ ଭିଆର୍ ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ପ୍ରତିନିଧିମାନଙ୍କୁ ସିଜିପିର ବିଭିନ୍ନ ବୈଶିଷ୍ଟ୍ୟ ଏବଂ ସିନ୍ଥେସିସ୍ ଗ୍ୟାସ୍ ଉତ୍ପାଦନ ପ୍ରକ୍ରିୟା ବିଷୟରେ ବୁଝାଇଥିଲେ। ସିଜିପିର –ଡିଆରଆଇ ରୁଟ୍ ମାଧ୍ୟମରେ ଇସ୍ପାତ ଉତ୍ପାଦନ କରିବାରେ ଜେଏସପି ହେଉଛି ବିଶ୍ୱର ପ୍ରଥମ ଇସ୍ପାତ ନିର୍ମାତା। ଭୁବନେଶ୍ୱରରେ ଆୟୋଜିତ ଜାତୀୟ ଖଣିଜ କଂଗ୍ରେସର ପ୍ରଥମ ଅଧିବେଶନକୁ ସମ୍ବୋଧିତ କରି ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି ଯେ କୋଇଲା ଗ୍ୟାସିଫିକେସନ୍ ହେଉଛି କୋଇଲାର ଭବିଷ୍ୟତ। ସ୍ୱଚ୍ଛ ଇନ୍ଧନ ଉତ୍ପାଦନ ପାଇଁ କୋଇଲା ଗ୍ୟାସ ଟେକ୍ନୋଲୋଜିର ଲାଭ ଉପରେ ଶ୍ରୀ ଜିନ୍ଦଲ ଆଲୋକପାତ କରିଥିଲେ। କୋଇଲା ଗ୍ୟାସିଫିକେସନ୍ ଟେକ୍ନୋଲୋଜିକୁ ପ୍ରୋତ୍ସାହନ ପାଇଁ ସେ ପ୍ରଧାନମନ୍ତ୍ରୀ ଏବଂ କୋଇଲା ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଥିଲେ। ସିନ୍ଥେସିସ୍ ଗ୍ୟାସ୍ ବ୍ୟବହାର କରି ଇସ୍ପାତ ତିଆରି ପ୍ରଯୁକ୍ତିବିଦ୍ୟା ପାଇଁ ଜାତୀୟ ଖଣିଜ କଂଗ୍ରେସ ପ୍ରତିନିଧିମାନେ ଜେଏସ୍ପିକୁ ପ୍ରଶଂସା କରିଛନ୍ତି । Advertisement
ଇଣ୍ଡିଆନ ଷ୍ଟିଲ ଆସୋସିଏସନର ସଭାପତି ଭାବରେ ନବୀନ ଜିନ୍ଦଲଙ୍କ ଦାୟିତ୍ବ ଗ୍ରହଣ ଭୁବନେଶ୍ୱର – ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ସର୍ବସମ୍ମତିକ୍ରମେ `ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସ୍ଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…
ମେକ୍ଆଶ୍ୱର ଅନଲାଇନ ପ୍ଲାଟଫର୍ମ ଉନ୍ମୋଚିତ ଅନୁଗୁଳ – ଅନୁଗୁଳ ସନ୍ତୁଳା ହୋଟେଲଠାରେ ମେକ୍ଆଶ୍ୱର (MakeAssure ଛୋଟରୁ ବଡ ଅଫଲାଇନ ବ୍ୟବସାୟ ଏବଂ ସର୍ଭିସ ପ୍ରଦାନକାରୀ ଗୁଡିକ ନିମନ୍ତେ ଏକ ଅନଲାଇନ ପ୍ଲାଟଫର୍ମ) ସଂସ୍ଥାର…
କୋଭିଡ ରିଲିଫ୍ ପଦକ୍ଷେପ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ହେଲଥ ଇମ୍ପାକ୍ଟ ଆୱାର୍ଡ ଭୁବନେଶ୍ୱର – କୋଭିଡ ରିଲିଫ୍ ପଦକ୍ଷେପ ପାଇଁ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ହେଲଥ ଇମ୍ପାକ୍ଟ ଗୋଲ୍ଡ ପୁରସ୍କାର ମେଗା…