ଅପରାଧ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ଵାମି Angul OnlineMay 31, 2022May 31, 2022 ଅନୁଗୁଳ – ସାବିତ୍ରୀ ଅମାବାସ୍ୟା ଭଳି ଦିନରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ବନ୍ତଳା ଥାନା ବଡକେରା ଗାଁରେ ଘଟି ଯାଇଛି । ସୂଚନା ଅନୁସାରେ ବଡକେରା ଗାଁର ବସନ୍ତ ବେହେରା ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣ ପାଇଁ ରାତିରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳ ବେଳେ ଉତ୍ତ୍ୟକ୍ତ ହୋଇ ବସନ୍ତ ଏକ ଟାଙ୍ଗିଆରେ ତାଙ୍କ ସ୍ତ୍ରୀ ଲିପିକୁ ଆକ୍ରମଣ କରିଥିଲେ । ଟାଙ୍ଗିଆ ଚୋଟରେ ଲିପି ସେଇଠାରେ ହିଁ ଟଳି ପଡ଼ିଥିଲେ । ଏହା ପରେ ସ୍ବାମୀ ବସନ୍ତ ନିଜେ ବିଳମ୍ବିତ ରାତିରେ ଥାନାକୁ ଯାଇ ଘଟଣା ସମ୍ପର୍କରେ ଜଣାଇବା ସହ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ମାଗଣା ମଦ ପାଇଁ ମଦ ଦୋକାନରେ ଭଙ୍ଗାରୁଜା ଅନୁଗୁଳ – ମାଗଣାରେ ମଦ ମାଗିଲେ , ମନା କରିବାରୁ ଦୋକାନରେ ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଆକ୍ରମଣ କଲେ । ଏଭଳି ଘଟଣା ଅନୁଗୁଳ ପ୍ରଗତିନଗରରେ…
ଚୋରି କରିନେଲେ ବଲେରୋ – ଖଣ୍ଡ ଖଣ୍ଡ କରି ବିକ୍ରି କରୁଥିବା ବେଳେ ଉଦ୍ଧାର କଲା ପୁଲିସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗ୍ରାମର ଶିମିଳିସାହିଠାରୁ ୩ ତାରିଖ ରାତିରେ ଚୋରି ହୋଇଥିବା ଏକ ବଲେରୋ ଗାଡିକୁ ଠାବ କରିଛି…
ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଜଣଙ୍କୁ ଧରିଲା ଅବକାରୀ ବିଭାଗ ଅନୁଗୋଳ – ଅନୁଗୋଳ ଥାନା ବୃନ୍ଦାବନ ହୋଟେଲ ନିକଟରୁ ଆଜି ଏକ ସ୍କୁଟିରେ ୨୧ କେଜି ଗଞ୍ଜେଇ ନେଇ ଯାଉଥିବା ବେଳେ ଦୁଇ ଜଣଙ୍କୁ ଅବକାରୀ…