ହାତୀଦାନ୍ତ ସହ ଜଣେ ଗିରଫ

ହାତୀଦାନ୍ତ ସହ ଜଣେ ଗିରଫ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ କନ୍ଧକୋଇଲି ଗାଁରେ ଆଜି ଏସଟିଏଫ ଓ ବନ ବିଭାଗ ଚାଢାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିଥିବା ବେଳେ ଦୁର୍ଯୋଧନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ସୂଚନା ଅନୁସାରେ ଦୁର୍ଯୋଧନ ହାତୀ ଦାନ୍ତ ନିଜ ଘରେ ରଖିଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଚଢାଉ କରିଥିଲା ଘର ଜାଞ୍ଚ ବେଳେ ଘରୁ ଦୁଇଟି ହାତୀ ଦାନ୍ତ ଜବତ କରା ଯାଇଥିଲା ପ୍ରତ୍ୟେକ ହାତୀ ଦାନ୍ତର ଓଜନ ପ୍ରାୟ ଦୁଇ କେଜି ଲେଖାଏଁ ଥିବା ଜଣା ପଡିଛି । ଏସଟିଏଫ ଦୁର୍ଯୋଧନକୁ ହାତୀ ଦାନ୍ତ ରଖିଥିବା ଅଭିଯୋଗରେ ଗିରଫ କରି ବନ ବିଭାଗକୁ ହସ୍ତାନ୍ତର କରିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରା ଯାଇଛି

What’s your Reaction?
+1
0
+1
0
+1
0
+1
1
+1
6
+1
0
+1
2

Leave a Reply