ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ଛେଣ୍ଡିପଦାରେ ହେବାକୁ ଥିବା ଉତ୍କଳ ଡି ଓ ଇ କୋଇଲା ଖଣି ପାଇଁ ଆରପିଡିଏସି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିସ୍ଥାପିତ ଓ ଥଇଥାନ ବିଷୟରେ ଆଲୋଚନା ହୋଇଥିଲା । ଗ୍ରାମବାସୀମାନେ ବିସ୍ଥାପିତଙ୍କ ଭରଣପୋଷଣ ସହ ନିଯୁକ୍ତି ପ୍ରସଙ୍ଗରେ ଦାବି ଉପସ୍ଥାପନ କରିଥିଲେ । କିନ୍ତୁ ଚାକିରୀ ପ୍ରଦାନ କରିବାକୁ ନାଲକୋ ଅସମର୍ଥ ପ୍ରକାଶ କରିଥିଲା । ତେବେ ନାଲକୋ ଅସମର୍ଥ ପ୍ରକାଶ କରିବା ପରେ ବୈଠକରେ ଥିବା ଛେଣ୍ଡିପଦାର ରାଇଝରଣ , ନାଣ୍ଡିଛୋଡ , ଗୋପିବହ୍ଲବପୁର ପ୍ରମୁଖ ଗ୍ରାମର ଲୋକମାନେ ବୈଠକ ବର୍ଜନ କରିବା ସହ ଅଧାରୁ ଉଠି ଚାଲି ଆସିଥିଲେ । ତେବେ ଗ୍ରାମବାସୀମାନେ ବୈଠକ ବର୍ଜନ କରିବା ପରେ ରାଜସ୍ବ ଆୟୁକ୍ତ ବୈଠକକୁ ସ୍ଥଗିତ ରଖିଥିଲେ । ଏଥିସହ ଏକ ସବ କମିଟି ଗଠନ କରି ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଚାକିରୀ ନ ମିଳିଲେ ଭିଟାମାଟି ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ଜଗମୋହନ ମୀନା, ଅତିରିକ୍ତ ଜିଲାପାଳ(ରାଜସ୍ବ) ସନ୍ତୋଷ ପ୍ରଧାନ, ଅତିରିକ୍ତ ଜିଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁ, ଉପଜିଲାପାଳ ବାଇତୁରା ଦୀପ , ଭୂ- ଅର୍ଜୁନ ଅଧିକାରୀ ଇଶାନି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
What’s your Reaction?
+1
+1
3
+1
+1
2
+1
2
+1
5
+1
1