ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – ହତ୍ୟା ଅଭିଯୋଗ ଆଣିଲେ ବାପା

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – ହତ୍ୟା ଅଭିଯୋଗ ଆଣିଲେ ବାପା

ଅନୁଗୁଳ – ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁର ଚିତ୍ତରଞ୍ଜନ ପରିଡାଙ୍କ ଘରୁ ତାଙ୍କ ଗର୍ଭବତୀ ପତ୍ନୀ ସସ୍ମିତା ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି ସେ ଏକ ବ୍ଳାଉଜରେ ନିଜ ଶିଡିଘର ପୁଆରେ ଝୁଲୁଥିବା ବେଳେ ତାଙ୍କୁ ହତ୍ୟା କରି ଝୁଲାଇ ଦେଇଥିବା ସସ୍ମିତାଙ୍କ ବାପା ରବିନାରାୟଣ ବେହେରା ଥାନାରେ ଅଭିଯୋଗ କରିଛନ୍ତି ରବି ନାରାୟଣଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅ ଓ ବେନ୍ତପୁର ଗାଁର ଚିତ୍ତରଞ୍ଜନଙ୍କର ୨୦୨୦ ମସିହା ଜାନୁଆରୀ ୨୪ ତାରିଖରେ ଅନୁଗୁଳ ବୁଢୀ ଠାକୁରାଣୀ ମନ୍ଦିର ଠାରେ ବାହାଘର ହୋଇଥିଲା ବାହାଘର ବେଳେ ଜାନି ଯୌତୁକ ବାବଦକୁ ଟିଭି , ଫ୍ରିଜ , ସୁନା ଚେନ , ମୋଟରସାଇକେଲ ସମେତ ନଗଦ ୩୦ ହଜାର ଟଙ୍କା ଦେଇଥିଲେ ତେବେ ଏହା ସତ୍ବେ ମଧ୍ୟ ବାହାଘରର କିଛି ଦିନ ପରଠାରୁ ଚିତ୍ତରଞ୍ଜନଙ୍କ ସମେତ ତାଙ୍କ ବାପା , ମା , ବଡ ଭାଇ , ଭାଉଜ ଆଦି ମିଶି ଅଧିକ ୨ ଲକ୍ଷ ଟଙ୍କା ଦାବି କରି ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ତେବେ ରବି ନାରାୟଣ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବା ସହ ଝିଅକୁ ମାଡପିଟ ନ କରିବାକୁ ନେହୁରା ହୋଇ କହୁଥିଲେ । କିନ୍ତୁ ଆଜି ସକାଳେ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ଖବର ପାଇ ବେନ୍ତପୁର ଆସିଥିଲେ ଆଉ ଏଠାରେ ତାଙ୍କ ଝିଅର ମୃଦେହରେ ଅନେକ କ୍ଷତ ଚିହ୍ନ ଥିବା ସହ ଏକ ବ୍ଳାଉଜରେ ଝୁଲୁଥିବା ଦେଖି ତାଙ୍କୁ ହତ୍ୟା କରା ଯାଇଛି ବୋଲି ଅଭିଯୋଗ କରିଛନ୍ତି ପୁଲିସ ମୃତଦେହ ଜବତ କାରୋଇ ତଦନ୍ତ କରୁଛି । ସସ୍ମିତା ୭ ମାସର ଗର୍ଭବତୀ ଥିବା ଜଣା ପଡ଼ିଛି ।

What’s your Reaction?
+1
0
+1
0
+1
0
+1
1
+1
5
+1
1
+1
12

Leave a Reply