ଆଞ୍ଚଳିକ ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ଅମରେଶ୍ବର ମିଶ୍ରଙ୍କ ପରଲୋକ Angul OnlineJune 7, 2022June 7, 2022 ତାଳଚେର – ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ତଥା ବିଶିଷ୍ଟ ରାଜନୈତିକ ବିଶାରଦ ଅମରେଶ୍ବର ମିଶ୍ରଙ୍କ ପରଲୋକ ଘଟିଛି । ତାଙ୍କୁ ୭୪ ବର୍ଷ ହୋଇଥିଲା । ସେ ନାଗେଶ୍ବରୀଟାଙ୍ଗୀ ହାଉସିଂବୋର୍ଡ କଲୋନିସ୍ଥିତ ତାଙ୍କ ବାସଭବନରେ ଖାଇପିଇ ଶୋଇବାକୁ ଯାଉଥିବା ବେଳେ ତାଙ୍କର ହୃଦ୍ଘାତ ହୋଇଥିଲା । ଆଉ ତାଙ୍କର ପରଲୋକ ଘଟିଥିଲା । ୧୯୪୮ ମସିହାରେ ତାଳଚେରରେ ଜନ୍ମିତ ଅମରେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ପଦରୁ ଅବସର ନେଇଥିଲେ । ସେ ରାଜନୀତି ବିଜ୍ଞାନର ଅନେକ ଉପଯୋଗୀ ପୁସ୍ତକ ରଚନା କରିଛନ୍ତି । ଅବସର ପରେ ଅଧିକାଂଶ ସମୟରେ ବିଭିନ୍ନ ଗଣମାଧ୍ୟମରେ ରାଜନୈତିକ ଆଲୋଚନାରେ ଭାଗ ନେଉଥିଲେ । ଏଥିସହ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ନେଇ ନିୟମିତ ସ୍ତମ୍ଭ ଲେଖୁଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ସ୍ତ୍ରୀ ସୁପର୍ଣ୍ଣା ପତି, ଦୁଇ ଝିଅ ଦିପ୍ସା, ଲିପ୍ସା ଓ ଦୁଇ ଜ୍ବାଇଁ ହିମାଂଶୁ ମହାପାତ୍ର ଓ ଡା. ବିଜୟ ମିଶ୍ର ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶୁଭେଚ୍ଛୁ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। Advertisement
ଟ୍ରକ ମାଲିକ କରିବେ ଅର୍ଥନୈତିକ ଅବରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ଦୁଇଟି କୋଇଲା ଖଣିରେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଡାଲା ଟ୍ରକକୁ ଲୋଡିଙ୍ଗ ଦିଆଯାଉ ନଥିବା ପ୍ରତିବାଦରେ…
ବାଲ୍ୟବିବାହ କରାଇଲେ ବନ୍ଧାହେବେ ବ୍ରାହ୍ମଣ , ଗାଡିର ମାଲିକ , ବ୍ୟାଣ୍ଡ ବାଜା , ଟେଣ୍ଟ ହାଉସ୍ ମାଲିକ -ଜିଲ୍ଲାପାଳ ଅନୁଗୁଳ – ବାଲ୍ୟବିବାହ ସଂପୂର୍ଣ୍ଣ ବେଆଇନ । ୧୮ବର୍ଷରୁ କମ୍ ଝିଅକୁ କିମ୍ବା ୨୧ ବର୍ଷରୁ କମ୍ ପୁଅକୁ ବିବାହ କରାଇବା ଦଣ୍ଡନୀୟ ଅପରାଧ । ୨୦୦୬…
ଅମ୍ରିତ ମହୋତ୍ସବ ଅବସରରେ ୧୧୮ ୟୁନିଟ ରକ୍ତ ସଂଗ୍ରହ ଅନୁଗୁଳ – ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ଆଜାଦିକା ଅମ୍ରିତ ମହୋତ୍ସବ ଅବସରରେ ଏକ ବୃହତ ରକ୍ତଦାନ ଶିବିର ରବିବାର…