ଅପରାଧ ଚାନ୍ଦା ମାଗି ବନ୍ଧା ହେଲେ ନକଲି ସାମ୍ବାଦିକ Angul OnlineJune 9, 2022June 9, 2022 ଅନୁଗୁଳ – ଚାନ୍ଦା ମାଗି ପୁଣି ବନ୍ଧା ହେଲେ ଜଣେ ୱେବ ପୋର୍ଟାଲର ନକଲି ସାମ୍ବାଦିକ । ଜଣେ ବ୍ରେଡ଼ ଫ୍ୟାକ୍ଟେରି ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଚାନ୍ଦା ମାଗୁଥିବା ବେଳେ ଫ୍ୟାକ୍ଟେରି ମାଲିକଙ୍କ ଅଭିଯୋଗ ପରେ ସାମ୍ବାଦିକଙ୍କୁ ଗିରଫ କରିଛି ତାଳଚେର କୋଲିୟରୀ ପୁଲିସ । ଗିରଫ ସାମ୍ବାଦିକ ଜଣଙ୍କ ତାଳଚେର ରେମୁଁଆ ଅଞ୍ଚଳର ବ୍ରଜବନ୍ଧୁ ବେହେରା । ସେ ନିଉଜ-୧୯ ନାମକ ଏକ ୱେବ ପୋର୍ଟାଲର ସାମ୍ବାଦିକ ବୋଲି ନିଜକୁ କହୁଥିବା ବେଳେ ତାଳଚେର ହାଣ୍ଡିଧୂଆଁ ଅଞ୍ଚଳରେ ସୁମନ୍ତ ବାରାଦ ନାମକ ଜଣେ ବ୍ୟକ୍ତିଙ୍କ ବ୍ରେଡ଼ ଫ୍ୟାକ୍ଟେରିକୁ ଯାଇ କିଛି ଚିତ୍ର ସଂଗ୍ରହ କରିଵା ପରେ ସୁମନ୍ତଙ୍କୁ ୧୦ ହଜାର ଟଙ୍କା ଚାନ୍ଦା ମାଗୁଥିଲେ ବୋଲି ପୁଲିସ କହିଛି । ତେବେ ସୁମନ୍ତ ଏ ନେଇ ତାଳଚେର କୋଲିୟାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଆଜି ବ୍ରଜବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ପିତଳ ଥାଳି ଧରେଇ ୧୫ ଲକ୍ଷ ଟଙ୍କା ଠକିନେଲେ ଦୁଇ ମହିଳା ତାଳଚେର – ସୁନା ଥାଳି କହି ଦମ୍ପତିଙ୍କୁ ଦେଲେ ପିତଳ ଥାଳି ଆଉ ଲୁଟିନେଲେ ୧୫ ଲକ୍ଷ ଟଙ୍କା । ତାଳଚେର ଲିଙ୍ଗରାଜ କଲୋନୀରେ ପରିବାର ସହ…
ଆଜାଦ ହତ୍ୟାକାରୀ ସୁଦୀପ ଗିରଫ ଅନୁଗୁଳ – ଅନୁଗୁଳ ସହର ନାଖରାସାହିରେ ହୋଲି ଦିନ ହୋଇଥିବା ହତ୍ୟାକାଣ୍ଡର ଅଭିଯୁକ୍ତ ସୁଦୀପ ସାମନ୍ତରାୟ ଓରଫ ମଣ୍ଟୁକୁ ପୁଲିସ ଗିରଫ କରିଛି । ତେବେ ରଙ୍ଗ…
ଦୁଷ୍କର୍ମ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଗତ ଦୁଇବର୍ଷ ତଳେ ଜଣେ ଯୁବତୀକୁ ଜଙ୍ଗଲକୁ ନେଇ ବଳାତ୍କାର କରିବା ମାମଲାର ରାୟ ମଙ୍ଗଳବାର ଜିଲ୍ଲା…