ଆଞ୍ଚଳିକ ଜଙ୍ଗଲରେ ପଡିଛି ନିଶାଗ୍ରସ୍ତ ହାତୀ ! Angul OnlineJune 9, 2022June 9, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ପଡି ରହିଛି ଅସୁସ୍ଥ ହାତୀ । ଅଭୟାରଣ୍ୟର ବଦଜୁକୁବୁ ଜଙ୍ଗଲରେ ଏହି ହାତୀଟି ଦୁଇ ଦିନ ହେଲା ପଡି ରହିଛି । ଗୋଡ଼ ଶୁଣ୍ଢ ହଲାଉ ଥିବା ବେଳେ ପଡି ରହିଥିବାରୁ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀର ସ୍ୱାସ୍ଥ୍ୟ ଅବସ୍ଥା ପରଖି ଦେଖିଛି । ହାତୀ ଦେହରେ କୌଣସି କ୍ଷତ ନଥିବା ବେଳେ କେଉଁଠାରୁ ମହୁଲ ପୋଚ ଖାଇ ଦେଇଥିବା ସନ୍ଦେହ କରୁଛି ବନ ବିଭାଗ । ପୋଚ ଖାଇ ନିଶାଗ୍ରସ୍ତ ହୋଇ ପଡି ରହିଥିବା ଅନୁମାନ କରା ଯାଉଛି । ହାତୀ ନିକଟରେ ବନ ବିଭାଗ ଓ ପଶୁ ଚିକିତ୍ସକ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ନଜର ରଖିଛନ୍ତି । Advertisement
ହାତୀ ପାଇଁ ସମୀକ୍ଷା କଲେ ଜଙ୍ଗଲ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଅନୁଗୁଳ – ଅନୁଗୁଳ ଜିଲ୍ଲାର ହାତୀ ଉପଦ୍ରବ୍ୟ ଓ ବୃକ୍ଷ ରୋପଣ ନେଇ ରାଜ୍ୟ ପଞ୍ଚାୟତିରାଜ , ଜଙ୍ଗଲ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ…
ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ଶ୍ରମିକ କଂଗ୍ରେସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଶ୍ରମିକ କଂଗ୍ରେସ (INTUC)ତରଫରୁ ନିର୍ମାଣ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ମହାମହିମ ରାଜ୍ୟପାଳଙ୍କୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଦାବି…
ବ୍ୟାରେଜ ବ୍ୟାସଚ୍ୟୁତଙ୍କ ସମସ୍ୟା ନେଇ ଉପ-ବାଚସ୍ପତିଙ୍କ ସମୀକ୍ଷା ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜ ଠାରେ ହୋଇଥିବା ସମଲ ନଦୀବନ୍ଧ ଯୋଜନାରେ ସମ୍ପୂର୍ଣ୍ଣ ବାସଚ୍ୟୁତ ମାନଙ୍କର ନିଯୁକ୍ତି ସମସ୍ୟା ନେଇ ଅନୁଗୁଳ ସର୍କିଟ ହାଉସ…