ଅନୁଗୁଳ – ଦୀର୍ଘଦିନ ଧରି ବନ୍ଦ ହୋଇପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି । ଏହି କାମ ନେଇଥିବା ଠିକାସଂସ୍ଥା ଗାୟତ୍ରୀ କନ୍ଷ୍ଟ୍ରକସନ୍ ଦେବାଳିଆ ହୋଇଯିବା ପରେ କାମ ଅଟକି ରହିଥିଲା । ଏବେ ସବ୍-କଣ୍ଟ୍ରାକ୍ଟ୍ ଜରିଆରେ ଅନ୍ୟ ଠିକା ସଂସ୍ଥା ଦ୍ବାରା କାମ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲା । ସୂଚନା ଅନୁସାରେ, ମେସର୍ସ ସି ପି ଆରୋରା ଇଞ୍ଜିନିୟର୍ସ ନାମକ ସଂସ୍ଥା ଢେଙ୍କାନାଳ-ଅନୁଗୁଳ ପ୍ୟାକେଜ-୨ର ପ୍ରଶସ୍ତୀକରଣ କାମ ଅନୁମୋଦନ ପାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି । ଖୁବ ଶୀଘ୍ର ବନ୍ଦ ହୋଇ ରହିଥିବା ପ୍ରଶସ୍ତିକରଣ କାମ ଆରମ୍ଭ ହେବ ବୋଲି ଆଶା ରକ୍ଷା ଯାଇଛି ।
What’s your Reaction?
+1
5
+1
1
+1
2
+1
1
+1
33
+1
5
+1
1